ରାଜ୍ୟ

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ସମୟ ପରେ ଥମିବ ପ୍ରଚାର, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ମତଦାନ

ଭୁବନେଶ୍ୱର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ସମୟ ପରେ ଥମିବ ପ୍ରଚାର । ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ, ହେଭିୱେଟ ଓ ଷ୍ଟାର ପ୍ରଚାରକ ହାଇଭୋଲଟେଜ କ୍ୟାମ୍ପେନ କରିଛନ୍ତି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅଧୀନ ୪୨ ବିଧାନସଭା ଆସନରେ ମତଦାନ ହେବ  । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ୪୨ ବିଧାନସଭା ସିଟରେ ୨୫ ତାରିଖରେ ଭୋଟ ନିଆଯିବ  ।

ସମ୍ବଲପୁର ଲୋକସଭା ଆସନରେ ଏଥର ବିଗ ଫାଇଟ ହେଉଛି  ।  ଏହା ଉପରେ ରହିଛି ସମସ୍ତଙ୍କ ନଜର।  ତୃତୀୟ ପର୍ଯ୍ୟାୟରେ ରହଛି ବହୁ ଚର୍ଚ୍ଚିତ ଆସନ ଓ ଲଢୁଛନ୍ତି ବହୁ ଚର୍ଚ୍ଚିତ ଚେହେରା  । ବିଜେଡିରୁ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ମଇଦାନରେ ଅଛନ୍ତି  । ଏହା ଉପରେ ରହିଛି ସମସ୍ତଙ୍କ ନଜର  । ସେହିପରି କଟକ ଲୋକସଭା ଆସନ ପାଇଁ ବିଜେଡିରୁ ସଂତୃପ୍ତ ମିଶ୍ର, ବିଜେପିରୁ ଭର୍ତ୍ତୃହରି ମହତାବ ଓ କଂଗ୍ରେସରୁ ସୁରେଶ ମହାପାତ୍ର ଭାଗ୍ୟ ପରୀକ୍ଷା କରୁଛନ୍ତି  ।

ପୁରୀରେ ବି ଲଢ଼େଇ ଜମିବ  । ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେଡିରୁ ଅରୂପ ପଟ୍ଟନାୟକ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପିରୁ ସମ୍ବିତ ପାତ୍ର ଓ କଂଗ୍ରେସରୁ ଜୟନାରାୟଣ ପଟ୍ଟନାୟକ ପ୍ରାର୍ଥୀ ଅଛନ୍ତି  । ସେହିପରି ଭୁବନେଶ୍ବରରେ ଲୋକସଭା ଆସନ ପାଇଁ ମଧ୍ୟ କଡ଼ା ଟକ୍କର ହେବ  । ବିଜେଡିର ମନ୍ମଥ ରାଉତରାୟ, ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ କଂଗ୍ରେସର ୟାସିର ନୱାଜ ମଇଦାନରେ ଅଛନ୍ତି । ଢେଙ୍କାନାଳ ଲୋକସଭା ଆସନ ପାଇଁ ବିଜେଡିରୁ ଅବିନାଶ ସାମଲ, ବିଜେପିରୁ ରୁଦ୍ର ନାରାୟଣ ପାଣି ଓ କଂଗ୍ରେସରୁ ସସ୍ମିତା ବେହେରା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି  ।

କେନ୍ଦୁଝର ଲୋକସଭା ଆସନରେ ବିଜେଡିରୁ ଧନୁର୍ଜୟ ସିଦ୍ଦୁ, ବିଜେପିରୁ ଅନନ୍ତ ନାୟକ ଓ କଂଗ୍ରେସରୁ ବିନୋଦ ବିହାରୀ ନାୟକଙ୍କ ମଧ୍ୟରେ ଫାଇଟ ହେବ  । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ବିଧାନସଭା ଆସନରେ ତିନି ଦଳର ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେବ  । ଏଥିପାଇଁ ତିନି ଦଳ ହାଇଭୋଲଟେଜ କ୍ୟାମ୍ପେନ କରିଛନ୍ତି  । ଗତକାଲି କଟକରେ ବିଜେଡି ବିରାଟ ଶକ୍ତି ପ୍ରଦର୍ଶନ କରିଛି । କଟକ ବାଲିଯାତ୍ରା ପଡ଼ିଆରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିଥିବା ବେଳେ ଉତ୍ତର ଭୁବନେଶ୍ବରରେ ମେଗା ରୋଡ ସୋ କରିଛନ୍ତି  । ସେହିପରି ବିଜେପି ପ୍ରଚାରକ ପାଇଁ ବହୁ ଷ୍ଟାର ପ୍ରଚାରକ ମଇଦାନକୁ ଓହ୍ଲାଇଛନ୍ତି  ।

Niharanjan

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

10 seconds ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

15 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

25 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

34 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

49 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

59 mins ago