ରାଜ୍ୟ

ବାଲେଶ୍ବର: ଦଶମ ଶ୍ରେଣୀ ପଢୁଥିବା ଝିଅକୁ ବିବାହ କରାଇଦେଉଥିଲେ ବାପା ମା’, ଚାଇଲ୍ଡ ଲାଇନ କଲା ଉଦ୍ଧାର

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ  ଚୈମୁଖ ଗ୍ରାମର ଅନୁଷ୍ଠିତ ହେଉଥିବା  ଏକ ନାବାଳିକା ବିବାହକୁ ବନ୍ଦ କଲା ଚାଇଲ୍ଡ ଲାଇନ। ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ ଚୈମୁଖ ଗ୍ରାମର ହରେକୃଷ୍ଣ ଜେନାଙ୍କ ୧୫ ବର୍ଷର ନାବାଳିକା ଝିଅକୁ ଭୋଗରାଇ ଥାନା ଅନ୍ତର୍ଗତ କୁମ୍ଭୀରଗଡ଼ି ଗ୍ରାମର କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ  ସହିତ ବିବାହ ହେବା ପାଇଁ ସ୍ଥିର ହୋଇଥିଲା। ବାହାଘର ପାଇଁ  ଭୁଷଣ୍ଡେଶ୍ବର ମନ୍ଦିରକୁ ଯିବାକୁ ବାହାରୁ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ବର ଜିଲ୍ଲା ଚାଇଲ୍ଡ ଲାଇନ ଅଧିକାରୀ ନାବାଳିକାର ଘରେ ପହଞ୍ଚିଥିଲେ । ପରେ  ବୟସ ପ୍ରମାଣ ପତ୍ର ଯାଞ୍ଚ କରିଥିଲେ। ଯାଞ୍ଚରୁ ଜାଣିବାକୁ ପାଇଥିଲେ ଝିଅଟିର ବୟସ ୧୫ ଏବଂ ସେ ଦଶମ ଶ୍ରେଣୀରେ ପଢୁଛି

ସରକାରଙ୍କ ଆଇନ୍ ଅନୁଯାୟୀ ଏହା ଏକ ଦଣ୍ଡନିୟ‌ ଅପରାଧ,ତେଣୁ ଏହି ବିବାହକୁ ବନ୍ଦ କରିଥିଲେ ଓ ଝିଅକୁ ୧୮ ବର୍ଷ ହେବା ପରେ ବିବାହ କରାଇବା ପାଇଁ ପରାମର୍ଶ ଦେଇଥିଲେ। ପରେ ନାବାଳିକା ଝିଅର ମାଆ ମମତା ଜେନା ଝିଅକୁ ୧୮ ବର୍ଷ ପରେ ବିବାହ କରାଇବାର ଏକ ଲିଖିତ ପ୍ରତିଶୃତି  ବାଲିଆପାଳ ସିଡିପିଓଙ୍କୁ ପ୍ରଦାନ କରିଥିଲେ।

ବାଲେଶ୍ବର ଜିଲ୍ଲା ଚାଇଲ୍ଡ ଲାଇନ ମୁଖ୍ଯ ପ୍ରଶାନ୍ତ ରାଉତ,  ବାଲିଆପାଳ ବ୍ଲକ ଚାଇଲ୍ଡ ଲାଇନ ଶାଖାର ସଦସ୍ଯ ଉତ୍ତମ ନାୟକ, ପୋଲିସ  ଅଧିକାରୀ ସାରଦା ପ୍ରସନ୍ନ ମୁଦୁଲି ପ୍ରମୁଖ ମିଳିତ ଭାବରେ ଚଢଉ କରି ଏହି ବିବାହ ବନ୍ଦ କରିଥିଲେ ।

KNews Bureau

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

19 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

36 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

39 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

1 hour ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago