Below header

ବାଲେଶ୍ବର: ଦଶମ ଶ୍ରେଣୀ ପଢୁଥିବା ଝିଅକୁ ବିବାହ କରାଇଦେଉଥିଲେ ବାପା ମା’, ଚାଇଲ୍ଡ ଲାଇନ କଲା ଉଦ୍ଧାର

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ  ଚୈମୁଖ ଗ୍ରାମର ଅନୁଷ୍ଠିତ ହେଉଥିବା  ଏକ ନାବାଳିକା ବିବାହକୁ ବନ୍ଦ କଲା ଚାଇଲ୍ଡ ଲାଇନ। ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅନ୍ତର୍ଗତ ଚୈମୁଖ ଗ୍ରାମର ହରେକୃଷ୍ଣ ଜେନାଙ୍କ ୧୫ ବର୍ଷର ନାବାଳିକା ଝିଅକୁ ଭୋଗରାଇ ଥାନା ଅନ୍ତର୍ଗତ କୁମ୍ଭୀରଗଡ଼ି ଗ୍ରାମର କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ  ସହିତ ବିବାହ ହେବା ପାଇଁ ସ୍ଥିର ହୋଇଥିଲା। ବାହାଘର ପାଇଁ  ଭୁଷଣ୍ଡେଶ୍ବର ମନ୍ଦିରକୁ ଯିବାକୁ ବାହାରୁ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ବର ଜିଲ୍ଲା ଚାଇଲ୍ଡ ଲାଇନ ଅଧିକାରୀ ନାବାଳିକାର ଘରେ ପହଞ୍ଚିଥିଲେ । ପରେ  ବୟସ ପ୍ରମାଣ ପତ୍ର ଯାଞ୍ଚ କରିଥିଲେ। ଯାଞ୍ଚରୁ ଜାଣିବାକୁ ପାଇଥିଲେ ଝିଅଟିର ବୟସ ୧୫ ଏବଂ ସେ ଦଶମ ଶ୍ରେଣୀରେ ପଢୁଛି child mrg1

ସରକାରଙ୍କ ଆଇନ୍ ଅନୁଯାୟୀ ଏହା ଏକ ଦଣ୍ଡନିୟ‌ ଅପରାଧ,ତେଣୁ ଏହି ବିବାହକୁ ବନ୍ଦ କରିଥିଲେ ଓ ଝିଅକୁ ୧୮ ବର୍ଷ ହେବା ପରେ ବିବାହ କରାଇବା ପାଇଁ ପରାମର୍ଶ ଦେଇଥିଲେ। ପରେ ନାବାଳିକା ଝିଅର ମାଆ ମମତା ଜେନା ଝିଅକୁ ୧୮ ବର୍ଷ ପରେ ବିବାହ କରାଇବାର ଏକ ଲିଖିତ ପ୍ରତିଶୃତି  ବାଲିଆପାଳ ସିଡିପିଓଙ୍କୁ ପ୍ରଦାନ କରିଥିଲେ।

ବାଲେଶ୍ବର ଜିଲ୍ଲା ଚାଇଲ୍ଡ ଲାଇନ ମୁଖ୍ଯ ପ୍ରଶାନ୍ତ ରାଉତ,  ବାଲିଆପାଳ ବ୍ଲକ ଚାଇଲ୍ଡ ଲାଇନ ଶାଖାର ସଦସ୍ଯ ଉତ୍ତମ ନାୟକ, ପୋଲିସ  ଅଧିକାରୀ ସାରଦା ପ୍ରସନ୍ନ ମୁଦୁଲି ପ୍ରମୁଖ ମିଳିତ ଭାବରେ ଚଢଉ କରି ଏହି ବିବାହ ବନ୍ଦ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.