କ୍ଷୀର ହେଉ କି ଘିଅ କିମ୍ବା ପନିର, ଏମିତି ଉପାୟରେ ଦୀର୍ଘ ଦିନ ଯାଏ ରଖନ୍ତୁ ସତେଜ

କ୍ଷୀର, ଦହି, ଘିଅ, ପନିର ଭଳି ଅନେକ ଦୁଗ୍ଧଜାତ ସାମଗ୍ରୀ ରହିଛି, ଯାହାର ଆବଶ୍ୟକତା ଆମକୁ ପ୍ରତିଦିନ ପଡ଼ିଥାଏ। କିନ୍ତୁ ଏହି ସବୁ ଜିନିଷ ରଖିବାରେ ଯଦି ଆମେ ସାମାନ୍ୟ ବି ଅସାବଧାନତା ରହିବା, ତ ଏହା ଜଲଦି ଖରାପ ହୋଇଯିବ। ଆଜି ଆମେ ଆପଣଙ୍କୁ ଏହି ଦୁଗ୍ଧଜାତ ସାମଗ୍ରୀକୁ କିପରି ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ସତେଜ ରଖାଯାଇ ପାରିବ, ସେ ବିଷୟରେ ଛୋଟ ଛୋଟ ଟିପ୍ସ କହିବାକୁ ଯାଉଛୁ।

କ୍ଷୀର: କ୍ଷୀର ଏମିତି ଏକ ଦୁଗ୍ଧଜାତ ଦ୍ରବ୍ୟ, ଯାହା ସମସ୍ତଙ୍କ ଘରେ ପ୍ରତିଦିନ ବ୍ୟବହାର ହୋଇଥାଏ। କିନ୍ତୁ ଯଦି ଏହାକୁ ଦାୟିତ୍ୱହୀନତାର ସହ ରଖାଯାଏ, ତ ଏହା ଖରାପ ହୋଇଯାଇଥାଏ। ତେଣୁ ପ୍ୟାକେଟ କ୍ଷୀର ଯେପରି ଖରାପ ନ ହେବ, ସେଥିପାଇଁ ଏହାକୁ ଫ୍ରିଜରେ ରଖିବା ପୂର୍ବରୁ ଫୁଟାଇ ନିଅନ୍ତୁ। ଥଣ୍ଡା କରି ଏହାକୁ ଫ୍ରିଜରେ ରଖନ୍ତୁ। ଏଥି ସହିତ କ୍ଷୀର ପ୍ୟାକେଟରେ ଏକ୍ସପାୟରୀ ଡେଟ ଚେକ କରି ନିଅନ୍ତୁ। କ୍ଷୀର ଗରମ କରିବା ପାଇଁ ସବୁବେଳେ ସଫା ଏବଂ ଧୁଆ ଯାଇଥିବା ବାସନ ହିଁ ବ୍ୟବହାର କରନ୍ତୁ।

ଘିଅ: ସୁସ୍ଥ ଶରୀର ପାଇଁ ଘିଅ ସେବନ କରିବା ବହୁତ ଜରୁରୀ। ଯଦି ଆପଣ ଚାହୁଁଛନ୍ତି କି, ଘିଅ ଲମ୍ବା ସମୟ ପର୍ଯ୍ୟନ୍ତ ସତେଜ ରହୁ, ତ ସବୁବେଳେ ଏହାକୁ ଏୟାର ଟାଇଟ କଣ୍ଟେନରରେ ରଖନ୍ତୁ। ଏହାଛଡ଼ା ଘିଅକୁ ବାହାର କଲା ବେଳେ ସବୁବେଳେ ଶୁଖିଲା ଚାମଚ ହିଁ ବ୍ୟବହାର କରନ୍ତୁ। ସବୁଠାରୁ ବଡ଼ କଥା ହେଉଛି, ଏହାକୁ ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀରୁ ଦୂରେଇ ରଖନ୍ତୁ। କାରଣ, ଏହା ଘିଅକୁ ଖରାପ କରି ଦେଇପାରେ।

ପନିର: ପନିରକୁ ଲମ୍ବା ସମୟ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏହାକୁ ବ୍ଲଟିଂ ପେପରରେ ଭଲ ଭାବେ ଗୁଡ଼େଇ ରଖନ୍ତୁ। ନଚେତ ଓଦା କପଡ଼ାରେ ଗୁଡ଼େଇ ଏହାକୁ ଫ୍ରିଜରେ ରଖିପାରିବେ। ଏଥି ସହିତ ଏକ ପାତ୍ରରେ ପାଣି ଭରି ପନିରକୁ ସେଥିରେ ବୁଡାଇ ଫ୍ରିଜରେ ରଖି ଦିଅନ୍ତୁ। କିନ୍ତୁ ମନେ ରଖନ୍ତୁ, ପ୍ରତିଦିନ ଏହାର ପାଣି ବଦଳାଉଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.