ଖରାଦିନେ ନିଶ୍ଚିତ କରନ୍ତୁ ସୁଜିରେ ତିଆରି ଏହି ଫେସ ସ୍କ୍ରବର ବ୍ୟବହାର ଏବଂ ଜାଣନ୍ତୁ ଏହାର ଫାଇଦା

ଖରାଦିନେ ତ୍ୱଚାର ଖାସ ଯତ୍ନ ନେବା ବହୁତ ଜରୁରୀ ହୋଇଥାଏ। ପ୍ରବଳ ଗରମ ଏବଂ ଝାଳ ଯୋଗୁ ତ୍ୱଚା ଡଲ ପଡ଼ିଯାଇଥାଏ। ଏହି ଋତୁରେ ବ୍ଲାକହେଡସ, ଟ୍ୟାନିଂ, ପିଗମେଣ୍ଟେଶନ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ଉପାୟ ଆପଣା ଯାଇଥାଏ, ଯେଉଁଥିରୁ କିଛିଟା ପ୍ରଭାବ ପଡ଼ୁଥିବା ବେଳେ ଆଉ କିଛିଟା ପ୍ରଭାବଶୂନ୍ୟ ରହିଥାଏ। ଆଜି ଆମେ ଆପଣଙ୍କୁ ସୁଜିର ଏକ ଖାସ ସ୍କ୍ରବ ବିଷୟରେ କହିବୁ, ଯାହାକୁ ବ୍ୟବହାର କଲେ ଆପଣ ଏହାର ଲାଭ ବିଷୟରେ ଜାଣି ପାରିବେ।

ସ୍କ୍ରବ ପ୍ରସ୍ତୁତ କରିବାର ସାମଗ୍ରୀ

ସୁଜି-୪ ଚାମଚ

ଦହି-୩ ଚାମଚ

ମୁଗ ଡାଲି ପାଉଡର-୧ ଚାମଚ

ଗୋଲାପ ଜଳ- ୧ ଚାମଚ

ବନାଇବାର ବିଧି

ପ୍ରଥମେ ଏକ ପାତ୍ରରେ ସୁଜି ରଖନ୍ତୁ। ଏଥିରେ ଦହି ମିକ୍ସ କରି ୫ ମିନିଟ ରଖନ୍ତୁ। ପୁଣି ଏହି ପେଷ୍ଟରେ ମୁଗ ଡାଲି ପାଉଡର ଏବଂ ଗୋଲାପ ଜଳ ମିଶାନ୍ତୁ। ଏ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିକ୍ସ କରନ୍ତୁ। ଏବେ ଆପଣଙ୍କ ସୁଜିର ସ୍କ୍ରବ ପ୍ରସ୍ତୁତ ହୋଇଗଲା।

ବ୍ୟବହାରର ତରିକା

ଏହାକୁ ଲଗାଇବା ପାଇଁ ପ୍ରଥମେ ଚେହେରାକୁ ସଫା କରନ୍ତୁ। ଏବେ ଚେହେରାରେ ସ୍କ୍ରବ ଲଗାନ୍ତୁ ଏବଂ ହାଲୁକା ହାତରେ ଏହାକୁ ଚେହେରାରେ ରଗଡନ୍ତୁ। ୧୫ ମିନିଟ ପର୍ଯ୍ୟନ୍ତ ଚେହେରାରେ ସ୍କ୍ରବକୁ ଲଗାଇ ରଖନ୍ତୁ। ଏହାପରେ ଚେହେରାକୁ ହାଲୁକା ଓଦା କରନ୍ତୁ ଏବଂ ରଗଡ଼ି ରଗଡ଼ି ସ୍କ୍ରବକୁ ପାଣିରେ ସଫା କରି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.