ଗଜପତି ଆର. ଉଦୟଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣା:  ଅନ୍ୟ ତମ ମୁଖ୍ୟଅଭିଯୁକ୍ତ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର. ଉଦୟଗିରି ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଆକ୍ରମଣ ଘଟଣାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ରାମଗିରି ଅଞ୍ଚଳରୁ ଗିରଫ କରିଛି ପୋଲିସ l ତଦନ୍ତରେ ବାଧା ଉପୁଜିବା ସନ୍ଦେହରେ ଅଭିଯୁକ୍ତର ନାମ ପ୍ରକାଶ କରିବା ପାଇଁ SDPO ଦିଲ୍ଲୀପ ନାୟକ ମନା କରିଛନ୍ତି l

ଘଟଣାର ମୁଖ୍ୟ ଷଡଯନ୍ତ୍ରକାରି ତଥା ଆକ୍ରମଣ ପାଇଁ ଉଷୁକାଇଥିବା ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ଜାନୁଏଲ ବୀରକୁ ମହେନ୍ଦ୍ରଗଡ଼ ଗ୍ରାମ ନିକଟରୁ ପୂର୍ଵରୁ ଗିରଫ କରିଥିଲା ପୋଲିସ l ସୂଚନା ଯୋଗ୍ୟ ଯେ ଗତ ଶୁକ୍ରବାର ଏକ ବିବାହ ଭୋଜି ଆୟୋଜନକୁ ବାରଣ କଲାବେଳେ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏବଂ ଥାନା କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା l ଅତିଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.