ରାଜ୍ୟ

ଗ୍ଯାସରେ ହେଉଛି ଆଇରନ୍! ପ୍ରଦୂଷଣ ମୁକ୍ତ ସମାଜ ପାଇଁ ଏହି ଉପାୟ ଆପଣାଇଲେ ପାରଳାଖେମୁଣ୍ଡିର ଇସ୍ତ୍ରୀ ବ୍ଯବସାୟୀ ପ୍ରସାଦ

ଗଜପତି: ମନୁଷ୍ଯ ନିଜ ଜୀବିକା ପାଇଁ ଭିନ୍ନ ଭିନ୍ନ ପ୍ରକାରର ବ୍ଯବସାୟ କରେ ଏବଂ ଶ୍ରମଦାନ ମଧ୍ୟ କରେ । କିନ୍ତୁ ପ୍ରାୟତଃ କେବଳ ନିଜ ପରିବାର ଓ ଜୀବିକା ପାଇଁ ହିଁ ଚିନ୍ତା କରୁଥିବାବେଳେ, ଏମିତି କିଛି ହାତଗଣତି ମନୁଷ୍ଯ ହିଁ ଏହି ଅଛନ୍ତି ଯେଉଁମାନେ ସମାଜ ପାଇଁ ଚିନ୍ତା କରନ୍ତି । ସେହିପରି ପରି ଜଣେ ବ୍ଯକ୍ତିତ୍ୱ ହେଉଛନ୍ତି ପାରଳାଖେମୁଣ୍ଡିର ପ୍ରସାଦ।

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହର। ଦେଖନ୍ତୁ ମୁଖ୍ଯ ରାସ୍ତା କଡର ଏହି ଛୋଟିଆ ଇସ୍ତ୍ରୀ ଦୋକାନଟିକୁ । ଏହି ଦୋକାନଟି ହେଉଛି ପ୍ରସାଦଙ୍କର । ପୂର୍ବରୁ ପ୍ରସାଦ ଅଙ୍ଗାରରେ ଅଗ୍ନି ସଂଯୋଗ କରି ଆଇରନ ବକ୍ସରେ ଭରି ଆଇନ କରୁଥିଲେ। ଯାହା ବିଳମ୍ବ ହେଉଥିଲା ଏବଂ ମଝିରେ ମଝିରେ ଆଇରନ ବକ୍ସରେ ଅଙ୍ଗାର ଢାଳିବାକୁ ପଡୁଥିଲା । ଯାହାଦ୍ବାରା ନିଜେ ଧୂଆଁର ଶୀକାର ହେବା ସହ ଗ୍ରାହକ ମାନଙ୍କୁ ମଧ୍ୟ ଧୂଆଁର ସଂସ୍ପର୍ଶରେ ଆଣୁଥିଲେ।

ଅନ୍ଯପଟେ ଗୋଟିଏ ହଳ ପୋଷାକ ପାଇଁ ୧୦ମିନଟରୁ ୧୫ମିନଟ ଲାଗୁଥିଲା ଏବଂ ଗୋଟିଏ ହଳ ପୋଷାକ ଇସ୍ତ୍ରି କଲେ ମିଳୁଥିବଲା ୧୦ରୁ୧୨ଟଙ୍କା । କିଛି ସମୟରେ ଅଙ୍ଗାର ଓ ନିଆଁ ଉଡିଆସି ପୋଷାକରେ ପଡି ପୋଷାକ ମଧ୍ୟ ଜଳିଯାଉଥିଲା । ଏପରିକି ପରିବେଶ ମଧ୍ୟ ଏହି ଧୂଆରେ ପ୍ରଦୂଷିତ ହେଉଥିଲା । ସେଥିପାଇଁ ପ୍ରସାଦ ବର୍ତ୍ତମାନ ନିଜ ବ୍ଯବସାୟରେ ପରିବର୍ତନ ଆଣିଛନ୍ତି। ଯାହାଦ୍ବାରା ପରିବେଶ ପ୍ରଦୂଷଣ ରୋକିବା ସହ ନିଜେ ଯେପରି ଲାଭବାନ ହେବେ ଏବଂ ଗ୍ରାହକଙ୍କୁ ତୁରନ୍ତ କାମ ଯୋଗାଇଦେବେ ସେଥିପାଇଁ ଆରମ୍ଭ କରିଛନ୍ତି ଗ୍ଯାସ୍‌ ଇସ୍ତ୍ରୀ ।

ପ୍ରସାଦ ଗ୍ଯାସ ଇସ୍ତ୍ରୀ କରି ୩ମିନିଟରୁ ୫ମିନିଟରେ ଆଇରନ ବକ୍ସ ଗରମ କରିବା ସହ ଗୋଟିଏ ପୋଷାକ ହଳ ଆଇରନ କରିପାରୁଛନ୍ତି । ପ୍ରତ୍ୟେକ ହଳକୁ ୧୨ରୁ୧୫ଟଙ୍କା ନେଉଛନ୍ତି ସେ । ପୂର୍ବରୁ ୩ଦିନକୁ ୧୬୦ଟଙ୍କାର ଅଙ୍ଗାର କ୍ରୟ କରୁଥିବା ବେଳେ, ଏବେ କେବଳ ତିନିଦିନରେ ୧କେଜି ଗ୍ଯାସ ଖର୍ଚ୍ଚ ଆସୁଛି ଯାହାର ଦାମ୍ ମାତ୍ର ୯୦ଟଙ୍କା । ସେପଟେ ଗ୍ରାହକ ମଧ୍ୟ ତୁରନ୍ତ ଇସ୍ତ୍ରୀ କପଡା ପାଇପାରୁଛନ୍ତି। ପରିବେଶ ପ୍ରଦୂଷଣ ରୋକିବା ଦିଗରେ ବ୍ଯବସାୟୀ ପ୍ରସାଦଙ୍କ ଏହି ଅଭିନବ ପ୍ରୟାସକୁ ସଭିଏଁ ପ୍ରଶଂସା କରିଛନ୍ତି ।

ପରିବେଶ ପ୍ରଦୂଷଣ ରୋକିବା ସହ କିପରି ଆଇରନ ବ୍ଯବସାୟୀ ରୋଜଗାରରେ ଉନ୍ନତି କରିପାରିବେ ତାହାକୁ ଦୃଷ୍ଟିରେ ରଖି ଗ୍ଯାସ୍‌ କମ୍ପାନୀ ପକ୍ଷରୁ ପୁନେରୁ ଏହି ସ୍ୱତନ୍ତ୍ର ଆଇରନ ବକ୍ସ ମଗାଇ ବହୁ ଆଇରନ ବ୍ଯବସାୟୀଙ୍କୁ ପ୍ରଶିକ୍ଷଣ ସହ ବ୍ଯବହାର ବିଷୟରେ ବୁଝାଯାଇଥିଲେ । କିନ୍ତୁ କେବଳ ପ୍ରସାଦ ହିଁ ଜଣେ ଏହି ଗ୍ଯାସ୍‌ ଆଇରନ ପ୍ରତି ଇଚ୍ଛା ପ୍ରକାଶ କରିବା ସହ ଏହାର ବ୍ଯବହାର ଆରମ୍ଭ କରିଛନ୍ତି । ତେଣୁ ପ୍ରସାଦଙ୍କୁ ଅନୁସରଣ କରି ଅନ୍ଯ ମାନେ ଗ୍ଯାସ୍‌ ଆଇରନ ପ୍ରତି ମନ ବଳାଇବାକୁ ଗ୍ଯାସ୍‌ ବିତରକ ମାଲିକ ଅନୁରୋଧ କରିଛନ୍ତି । ଅନ୍ଯପଟେ ଏହି ଗ୍ଯାସ୍‌ ଇସ୍ତ୍ରୀ ଆରମ୍ଭ କରି ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ନିଜେ ପ୍ରସାଦ ।

 

ଗଜପତିରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, କେନ୍ଯୁଜ୍

 

Sonalisa

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

4 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

5 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

5 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

6 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

7 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

7 hours ago