ଗ୍ଯାସରେ ହେଉଛି ଆଇରନ୍! ପ୍ରଦୂଷଣ ମୁକ୍ତ ସମାଜ ପାଇଁ ଏହି ଉପାୟ ଆପଣାଇଲେ ପାରଳାଖେମୁଣ୍ଡିର ଇସ୍ତ୍ରୀ ବ୍ଯବସାୟୀ ପ୍ରସାଦ

ଗଜପତି: ମନୁଷ୍ଯ ନିଜ ଜୀବିକା ପାଇଁ ଭିନ୍ନ ଭିନ୍ନ ପ୍ରକାରର ବ୍ଯବସାୟ କରେ ଏବଂ ଶ୍ରମଦାନ ମଧ୍ୟ କରେ । କିନ୍ତୁ ପ୍ରାୟତଃ କେବଳ ନିଜ ପରିବାର ଓ ଜୀବିକା ପାଇଁ ହିଁ ଚିନ୍ତା କରୁଥିବାବେଳେ, ଏମିତି କିଛି ହାତଗଣତି ମନୁଷ୍ଯ ହିଁ ଏହି ଅଛନ୍ତି ଯେଉଁମାନେ ସମାଜ ପାଇଁ ଚିନ୍ତା କରନ୍ତି । ସେହିପରି ପରି ଜଣେ ବ୍ଯକ୍ତିତ୍ୱ ହେଉଛନ୍ତି ପାରଳାଖେମୁଣ୍ଡିର ପ୍ରସାଦ।

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସହର। ଦେଖନ୍ତୁ ମୁଖ୍ଯ ରାସ୍ତା କଡର ଏହି ଛୋଟିଆ ଇସ୍ତ୍ରୀ ଦୋକାନଟିକୁ । ଏହି ଦୋକାନଟି ହେଉଛି ପ୍ରସାଦଙ୍କର । ପୂର୍ବରୁ ପ୍ରସାଦ ଅଙ୍ଗାରରେ ଅଗ୍ନି ସଂଯୋଗ କରି ଆଇରନ ବକ୍ସରେ ଭରି ଆଇନ କରୁଥିଲେ। ଯାହା ବିଳମ୍ବ ହେଉଥିଲା ଏବଂ ମଝିରେ ମଝିରେ ଆଇରନ ବକ୍ସରେ ଅଙ୍ଗାର ଢାଳିବାକୁ ପଡୁଥିଲା । ଯାହାଦ୍ବାରା ନିଜେ ଧୂଆଁର ଶୀକାର ହେବା ସହ ଗ୍ରାହକ ମାନଙ୍କୁ ମଧ୍ୟ ଧୂଆଁର ସଂସ୍ପର୍ଶରେ ଆଣୁଥିଲେ।

iron picଅନ୍ଯପଟେ ଗୋଟିଏ ହଳ ପୋଷାକ ପାଇଁ ୧୦ମିନଟରୁ ୧୫ମିନଟ ଲାଗୁଥିଲା ଏବଂ ଗୋଟିଏ ହଳ ପୋଷାକ ଇସ୍ତ୍ରି କଲେ ମିଳୁଥିବଲା ୧୦ରୁ୧୨ଟଙ୍କା । କିଛି ସମୟରେ ଅଙ୍ଗାର ଓ ନିଆଁ ଉଡିଆସି ପୋଷାକରେ ପଡି ପୋଷାକ ମଧ୍ୟ ଜଳିଯାଉଥିଲା । ଏପରିକି ପରିବେଶ ମଧ୍ୟ ଏହି ଧୂଆରେ ପ୍ରଦୂଷିତ ହେଉଥିଲା । ସେଥିପାଇଁ ପ୍ରସାଦ ବର୍ତ୍ତମାନ ନିଜ ବ୍ଯବସାୟରେ ପରିବର୍ତନ ଆଣିଛନ୍ତି। ଯାହାଦ୍ବାରା ପରିବେଶ ପ୍ରଦୂଷଣ ରୋକିବା ସହ ନିଜେ ଯେପରି ଲାଭବାନ ହେବେ ଏବଂ ଗ୍ରାହକଙ୍କୁ ତୁରନ୍ତ କାମ ଯୋଗାଇଦେବେ ସେଥିପାଇଁ ଆରମ୍ଭ କରିଛନ୍ତି ଗ୍ଯାସ୍‌ ଇସ୍ତ୍ରୀ ।

ପ୍ରସାଦ ଗ୍ଯାସ ଇସ୍ତ୍ରୀ କରି ୩ମିନିଟରୁ ୫ମିନିଟରେ ଆଇରନ ବକ୍ସ ଗରମ କରିବା ସହ ଗୋଟିଏ ପୋଷାକ ହଳ ଆଇରନ କରିପାରୁଛନ୍ତି । ପ୍ରତ୍ୟେକ ହଳକୁ ୧୨ରୁ୧୫ଟଙ୍କା ନେଉଛନ୍ତି ସେ । ପୂର୍ବରୁ ୩ଦିନକୁ ୧୬୦ଟଙ୍କାର ଅଙ୍ଗାର କ୍ରୟ କରୁଥିବା ବେଳେ, ଏବେ କେବଳ ତିନିଦିନରେ ୧କେଜି ଗ୍ଯାସ ଖର୍ଚ୍ଚ ଆସୁଛି ଯାହାର ଦାମ୍ ମାତ୍ର ୯୦ଟଙ୍କା । ସେପଟେ ଗ୍ରାହକ ମଧ୍ୟ ତୁରନ୍ତ ଇସ୍ତ୍ରୀ କପଡା ପାଇପାରୁଛନ୍ତି। ପରିବେଶ ପ୍ରଦୂଷଣ ରୋକିବା ଦିଗରେ ବ୍ଯବସାୟୀ ପ୍ରସାଦଙ୍କ ଏହି ଅଭିନବ ପ୍ରୟାସକୁ ସଭିଏଁ ପ୍ରଶଂସା କରିଛନ୍ତି ।

iron manପରିବେଶ ପ୍ରଦୂଷଣ ରୋକିବା ସହ କିପରି ଆଇରନ ବ୍ଯବସାୟୀ ରୋଜଗାରରେ ଉନ୍ନତି କରିପାରିବେ ତାହାକୁ ଦୃଷ୍ଟିରେ ରଖି ଗ୍ଯାସ୍‌ କମ୍ପାନୀ ପକ୍ଷରୁ ପୁନେରୁ ଏହି ସ୍ୱତନ୍ତ୍ର ଆଇରନ ବକ୍ସ ମଗାଇ ବହୁ ଆଇରନ ବ୍ଯବସାୟୀଙ୍କୁ ପ୍ରଶିକ୍ଷଣ ସହ ବ୍ଯବହାର ବିଷୟରେ ବୁଝାଯାଇଥିଲେ । କିନ୍ତୁ କେବଳ ପ୍ରସାଦ ହିଁ ଜଣେ ଏହି ଗ୍ଯାସ୍‌ ଆଇରନ ପ୍ରତି ଇଚ୍ଛା ପ୍ରକାଶ କରିବା ସହ ଏହାର ବ୍ଯବହାର ଆରମ୍ଭ କରିଛନ୍ତି । ତେଣୁ ପ୍ରସାଦଙ୍କୁ ଅନୁସରଣ କରି ଅନ୍ଯ ମାନେ ଗ୍ଯାସ୍‌ ଆଇରନ ପ୍ରତି ମନ ବଳାଇବାକୁ ଗ୍ଯାସ୍‌ ବିତରକ ମାଲିକ ଅନୁରୋଧ କରିଛନ୍ତି । ଅନ୍ଯପଟେ ଏହି ଗ୍ଯାସ୍‌ ଇସ୍ତ୍ରୀ ଆରମ୍ଭ କରି ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ନିଜେ ପ୍ରସାଦ ।

 

ଗଜପତିରୁ ସନ୍ତୋଷ କୁମାର ପଟ୍ଟନାୟକଙ୍କ ରିପୋର୍ଟ, କେନ୍ଯୁଜ୍

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.