ଆଜିର ଦିନରେ କୋଭିଡ୍ ୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ସରକାର, ଓଡିଶାର ଏହି ପ୍ରଶଂସନୀୟ କାମ ଯୋଗୁଁ ମିଳିଥିଲା WHOର ପ୍ରଶଂସା

‘କରୋନା’ ଏମିତି ଏକ ନାଁ, ଯାହା ଏବେ ସମସ୍ତଙ୍କ ମୁହଁରେ। ଏମିତି ଏକ ମହାମାରୀ ଯାହା ବିଷୟରେ ସମଗ୍ର ବିଶ୍ବ ଅଜଣା ଥିଲା। କିନ୍ତୁ ଏହି ମହାମାରୀ ସମଗ୍ର ବିଶ୍ବକୁ ଦୋହଲାଇ ଦେଲା। ଏହି ମହାମାରୀର ପ୍ରଭାବ କେବଳ ଲୋକଙ୍କ ଉପରେ ନୁହେଁ, ଅର୍ଥନୈତିକ ସ୍ଥିତିକୁ ମଧ୍ୟ ଦୋହଲାଇ ଦେଲା। କରୋନା ମହାମାରୀ ଅନେକଙ୍କ ଘର ପରିବାର ଉଜାଡିଦେଲା, କାହାର ଜୀବନ ନେଇଗଲା ତ ଆଉ କାହାର ବଞ୍ଚିବାର ସାହାରା ଛଡାଇ ନେଲା। ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି ମହାମାରୀ ସମଗ୍ର ବିଶ୍ବକୁ ନିଜ ଆଁରେ ଆୟତ୍ତ କରିଥିଲା।

ଏହି ମହାମାରୀର ପ୍ରଥମ କେସ୍ ଓଡିଶାରେ ମାର୍ଚ୍ଚ ୧୩, ୨୦୨୦ରେ ସାମ୍ନାକୁ ଆସିଥିଲା। ଇଟାଲୀରୁ ଫେରିଥିବା ଯୁବକ ପ୍ରଥମ କରୋନା ଆକ୍ରାନ୍ତ ହୋଇଥିଲେ। ଭୁବନେଶ୍ୱରୁ ଚିହ୍ନଟ ହୋଇଥିଲେ ପ୍ରଥମ ସଂକ୍ରମିତ । ଦେବାଶିଷ ଶ୍ରୀଚନ୍ଦନ ମାର୍ଚ୍ଚ ୬ରେ ଇଟାଲୀରୁ ଫେରିଥିଲେ । ମାର୍ଚ୍ଚ ୧୨ରେ ଓଡ଼ିଶା ପହଞ୍ଚିଥିଲେ । ୧୫ରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତା’ ପରେ ଦ୍ବିତୀୟ କେସ୍ ୧୮ ତାରିଖ ଦିନ ଜଣାପଡିଥିଲା। ଯୁବକ ଜଣକ ଲଣ୍ଡନରୁ ଫେରିଥିଲେ। ତା’ ପରେ ଓଡିଶାରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା। । ତା’ ପରେ ହିଁ ବିଦେଶ ଫେରନ୍ତା ଉପରେ ରହିଲା ନଜର । ବିମାନ ବନ୍ଦରରେ ସ୍କ୍ରିନିଂକୁ ବଢାଇ ଦିଆଗଲା ।

ଯେତେବେଳେ ଓଡିଶାର ରାଜଧାନୀ ଭୁବନେଶ୍ବରରେ ଏହାର ମାମଲା ବଢିବାକୁ ଲାଗିଥିଲା, ସେତେବେଳେ ସମସ୍ତଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ହୋଇଗଲା। ଏହା ପରେ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢିଥିଲା । ରାଜ୍ୟ ସରକାର ଜାରି କରିଥିଲେ କଟକଣା । ସଂକ୍ରମଣ ରୋକିବାକୁ କେନ୍ଦ୍ର ସରକାର ଲକ୍‌ଡାଉନ୍ ଘୋଷଣା କରିବା ପୂର୍ବରୁ ପଦକ୍ଷେପ ନେଇଥିଲା ରାଜ୍ୟ । ସରକାର ଏଥିପାଇଁ ନେଲେ ପଦକ୍ଷେପ। ସରକାରଙ୍କ ପକ୍ଷରୁ ଜାରି ହେଲା ହେଲପଲାଇନ ନମ୍ବର। ଆରମ୍ଭ ହୋଇଥିଲା ଲକଡାଉନ, ସଟଡାଉନ। ଜାରି ହେଲା କଫ୍ଯୁ। ଲୋକଙ୍କୁ ଘରେ ରହିବା ପାଇଁ ଦିଆଗଲା ପରାମର୍ଶ।

coronavirus

ଓଡିଶାର ଏହି ପ୍ରଶଂସନୀୟ କାମ ଯୋଗୁଁ WHO ରେ ପ୍ରଶଂସା ମଧ୍ୟ ମିଳିଲା। ଲୋକେ ସଚେତନ ରହିବା ସହିତ ସତର୍କ ମଧ୍ୟ ରହିଲେ। ତେଣୁ ଏତେ ବଡ ମହାମାରୀକୁ ମୁକାବଲା କରିହୋଇପାରିଲା। କରୋନା ଟିକା ଆସିବା ପରେ ଲୋକେ ହେୟ ଜ୍ଞାନ କରିଦେଇଛନ୍ତି। କିନ୍ତୁ ଏବେ ବି ଏହି ମହାମାରୀର ପ୍ରକୋପ ଯାଇନି। ତଥାପି ଆମକୁ ସତର୍କ ରହିବାକୁ ହେବ।

ଏହା ମଧ୍ୟରେ ରାଜ୍ଯରେ କୋଭିଡ୍ ମୁକାବିଲାକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ କୋଭିଡ୍ ୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ସରକାର । ଏବେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସ୍ଥିତି ଭଲ ରହିଛି । ଆକ୍ଟିଭ୍ ମାମଲା ରହିଛି ମାତ୍ର ୫୮୬ । ମୋଟ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୬ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୫ ହଜାର ୪୯୯ । ଆକ୍ସିଭ୍ ମାମଲା ୫୮୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧ ହଜାର ୯୧୮ ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.