Xiaomi ର ଏହି ଲାପଟପରେ ମିଳୁଛି ଜବରଦସ୍ତ ଡିସକାଉଣ୍ଟ, ଜାଣନ୍ତୁ କ’ଣ ରହିଛି ଅଫର

ଲାପଟପ୍ କିଣିବାକୁ ଚାହୁଁଛନ୍ତି ? ତେବେ ସାଓମୀର ଏହିସବୁ ଲାପଟପରେ ଦମଦାର ଡିସକାଉଣ୍ଟ ମିଳୁଛି। ଗତବର୍ଷ ସାଓମୀର ଏହି ଲାପଟପ୍ ମାର୍କେଟରେ ଏଣ୍ଟ୍ରି କରିଥିଲା। କମ୍ପାନୀ Mi Notebook ସିରିଜକୁ ଲଞ୍ଚ କରିଥିଲା। ଏହି ସିରିଜରେ ଷ୍ଟାଣ୍ଡାର୍ଡ Mi Notebook 14 ଏବଂ Mi Notebook 14 Horizon Edition ସାମିଲ ରହିଛି। ଭାରତରେ ମିଳୁଥିବା Horizon Edition କିଛି ମାସ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା। ଏବେ ଏଥିରେ ଡିସକାଉଣ୍ଟ ମିଳୁଛି।

ସୂଚନା ମୁତାବକ, ୬୦ ହଜାର ଟଙ୍କା ଭିତରେ ଆସୁଥିବା ଏହି ୱିଣ୍ଡୋଜ ଲାପଟପ୍ ଇଣ୍ଡିଆନ ଅନଲାଇନ ମାର୍କେଟରେ ବେଷ୍ଟ ସେଲିଂ i7 ୱିଣ୍ଡୋଜ ଲାପଟପ୍ ହୋଇଛି। Mi Notebook 14 10th Gen Intel Core i5 ଏବଂ i7 Cometlake ପ୍ରୋସେର୍ସ ସହିତ ଆସିଥାଏ। ଏହି ଲାପଟପର i7 ଦାମ ଭାରତରେ ୫୯,୯୯୯ ଟଙ୍କା ରହିଛି।

ଭାରତରେ Mi Notebook 14 Horizon Edition ପ୍ରାରମ୍ଭିକ ମୂଲ୍ଯ ୫୪,୯୯୯ ଟଙ୍କା ରହିଛି। ଏହା ୮ ଜିବି ରାମ, ୫୧୨ ଜିବି ଷ୍ଟୋରେଜ ଓ i5 ପ୍ରୋସେସର ରହିଛି। ସେହିଭଳି ୮ ଜିବି ରାମ, ୫୧୨ ଜିବି ଷ୍ଟୋରେଜ ଓ i7 ପ୍ରୋସେସର ଭାରିଅଣ୍ଟର ଦାମ୍ ୫୯,୯୯୯ ଟଙ୍କା ରହିଛି।

mi
photo credit: Digit

ଏହି ଲାପଟପକୁ ୧୫ ମାର୍ଚ୍ଚ ମଧ୍ୟରେ କିଣିଲେ ୨ ହଜାର ଟଙ୍କା ପର୍ଯ୍ଯନ୍ତ ଡିସକାଉଣ୍ଟ ମିଳୁଛି। ଏହାସହିତ ଆକ୍ସିସି ବ୍ଯାଙ୍କ କାର୍ଡରୁ ଟ୍ରାଞ୍ଜାକ୍ସନ କଲେ ଗ୍ରାହକଙ୍କୁ ୩ ହଜାର ଟଙ୍କାର ଆଡିସନାଲ ଡିସକାଉଣ୍ଟ ମିଳିବ। ସେମିତି ଏହି ଅଫରରେ Mi Notebook e-Learning Edition ରେ ହଜାର ଟଙ୍କା ବ୍ଯାଙ୍କ ଅଫର ସହିତ ୩୫,୯୯୯ ଟଙ୍କା ଏବଂ Mi Notebook 14 IC ର ୨୫୬ ଭାରିଅଣ୍ଟରେ ୧ ହଜାର ଟଙ୍କା ଡିସକାଉଣ୍ଟ ଏବଂ ୨ ହଜାର ଟଙ୍କାର ବ୍ଯାଙ୍କ ଅଫର ସହିତ ୪୦,୯୯୯ ଟଙ୍କା କିଣିପାରିବେ।

Mi Notebook 14 IC ର ୫୧୨ ଭାରିଅଣ୍ଟର ଦାମରେ ୧ ହଜାର ଟଙ୍କାର ଡିସକାଉଣ୍ଟ ଏବଂ ୨ ହଜାର ଟଙ୍କାର ବ୍ଯାଙ୍କ ଅଫର ବାଦ୍ ୪୬,୯୯୯ ଟଙ୍କା ବଦଳରେ ୪୩,୯୯୯ ଟଙ୍କାରେ କିଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.