ଆଶ୍ବସ୍ତି ଆଣିଲା ଅଦିନିଆ ମେଘ: କେନ୍ଦୁଝରରେ ପବନ ଓ ଘଡଘଡି ସହ ପ୍ରବଳ ବର୍ଷା

କେନ୍ଦୁଝର: ତାତିରୁ ସାମାନ୍ୟ ଆଶ୍ବସ୍ତି ଆଣିଲା ଅଦିନିଆ ବର୍ଷା। କେନ୍ଦୁଝର ସହରରେ ଆଜି ସକାଳୁ ସକାଳୁ ପବନ ଓ ଘଡଘଡି ସହ ବର୍ଷା ହୋଇଥିଲା। ହତାଠ୍‌ ପବନ ସହ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ।

ପ୍ରବଳ ବର୍ଷାରେ ରାସ୍ତାଘାଟ ସବୁ ଶୁନ୍‌ଶାନ୍‌ ହୋଇଯାଇଥିଲା। ରାସ୍ତା ଘାଟ ପାଣିରେ ଭରି ଯାଇଥିଲା। କିଛି ସମୟ ବର୍ଷାରେ ସହରରେ ଆଜି ଥଣ୍ଡା ଅନୁଭୂତ ହେଉଛି।

You might also like