ରୋଷେଇ ଘରେ ମହଙ୍ଗା ମାଡ: ଆକାଶ ଛୁଆଁ ହେଲାଣି ତେଲ ଦାମ୍‌, ମାତ୍ର ୬ ମାସରେ ଦୁଇ ଗୁଣା ବୃଦ୍ଧି

କେନ୍ଯୁଜ୍: ରୋଷେଇ ଘରେ ମହଙ୍ଗା ମାଡ । ବଢୁଛି ସବୁ ସାମଗ୍ରୀର ଦର । ବିଶେଷ କରି ତେଲ ଦାମ୍‌ ଏବେ ଆକାଶ ଛୁଆଁ ହେଲାଣି । ମାତ୍ର ୬ ମାସରେ ତେଲ ଦର ଦୁଇ ଗଣ ବୃଦ୍ଧି ପାଇଲାଣି । ୮୦ ଟଙ୍କାରେ ବିକ୍ରି ହେଉଥିବା ତେଲ ଏବେ ୧୪୦ ଟଙ୍କା ହେଲାଣି । ୧୦୦ ଟଙ୍କା ଥିବା ତେଲ ଏବେ ୧୭୦ ଟଙ୍କା । ସବୁ ତେଲର ଦର ବୃଦ୍ଧି ପାଇଛି । କେବଳ ଖାଇବା ତେଲ ନୁହଁ, ଡାଲିରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍‌ ଦର ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି ।

କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପ୍ରାଇସିଂ ମନିଟରିଂ ସେଲ୍‌ ତଥ୍ୟ ଅନୁସାରେ ଜାତୀୟ ସ୍ତରରେ ଗତବର୍ଷ ମାର୍ଚ୍ଚରେ ଶୋରିଷ ତେଲର ଖାଉଟି ଦର ଲିଟର ପିଛା ୧୧୩ ଟଙ୍କା ଥିଲା । କିନ୍ତୁ ଏବେ ୧୪୯ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦନ କମ୍‌, ଅନ୍ତର୍ଜାତୀୟ ବଜାରରେ ଦରଦାମ୍‌ ବୃଦ୍ଧି, ଯାତାୟତ ଖର୍ଚ୍ଚ ବୃଦ୍ଧି, ସରକାରଙ୍କ ୪୫ ପ୍ରତିଶତ ସେସ୍‌ ଓ ଆମଦାନୀ ଶୁଳ୍କ ପାଇଁ ତେଲ ଦର ହଠାତ୍‌ ଦୁଇ ଗୁଣ ହୋଇଛି ।

ସେହିପରି ପିଆଜ ଦର ମଧ୍ୟ ବୃଦ୍ଧି ପାଉଛି । ଗତବର୍ଷ ମାର୍ଚ୍ଚରେ ପିଆଜର ଯେଉଁପରି ଉତ୍ପାଦନ ହେଉଥିଲା, ଏବର୍ଷ ବି ଉତ୍ପାଦନ ସମାନ ରହିଛି । ସେହି ହିସାବରେ ଓଡ଼ିଶାକୁ ପିଆଜ ମଧ୍ୟ ଆସୁଛି । ହେଲେ ଦର କମୁନାହିଁ । ଏବେବି ଦର ୪୦ରୁ ୪୫ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.