Below header

ଜନସନ ଆଣ୍ଡ ଜନସନର କୋଭିଡ୍‌ ଟିକା ପ୍ରସ୍ତୁତ କରିବ ଭାରତ, କ୍ୱାଡ୍‌ ବୈଠକରେ ଆଲୋଚନା ପରେ ହେଲା ସ୍ଥିର

କେନ୍ଯୁଜ୍: ଜନସନ ଆଣ୍ଡ ଜନସନର କୋଭିଡ୍‌ ଟିକା ପ୍ରସ୍ତୁତ କରିବ ଭାରତ। କ୍ୱାଡ୍‌ ବୈଠକରେ ଟିକା ନେଇ ଆଲୋଚନା ପରେ ଏହା ସ୍ଥିର ହୋଇଛି। ଏହି ଟିକା ପ୍ରସ୍ତୁତ ପାଇଁ ପ୍ରକଳ୍ପକୁ ଆମେରିକା ଓ ଜାପାନ ଆର୍ଥିକ ସାହାଯ୍ୟ ଦେବ । ଦକ୍ଷିଣପୂର୍ବ ଏସିଆ ଏବଂ ପ୍ରଶାନ୍ତମହାସାଗରୀୟ ଅଂଚଳରେ ଟିକାର ବଣ୍ଟନ ପାଇଁ ଅଷ୍ଟ୍ରେଲିଆ ଲଜିଷ୍ଟିକ୍‌ ସପୋର୍ଟ ଦେବେ।

କ୍ୱାଡ୍‌ର ପ୍ରଥମ ଶିଖର ସମ୍ମିଳନୀରେ ଏହା ବଡ଼ ନିଷ୍ପତ୍ତି ବୋଲି କୁହାଯାଉଛି। ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମିଳିତ ସହଭାଗିତାରେ ଏହି ଟିକା ତିଆରି କରାଯିବ । ଅଧିକାଂଶ କୋଭିଡ୍‌ ଟିକାର ଦୁଇଟି ଡୋଜ ନେବାକୁ ପଡିଥାଏ। କିନ୍ତୁ ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ୍‌ ନେବାକୁ ହୁଏ। ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ବିଶ୍ୱରେ ଜୁରରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.