Below header

କେନ୍ଦୁଝର: ରାସ୍ତା ନିର୍ମାଣ ପାଇଁ ଶତାଧିକ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

କେନ୍ଦୁଝର : ରାସ୍ତା ନିର୍ମାଣ ପାଇଁ ଶତାଧିକ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । କେନ୍ଦୁଝର ଜିଲ୍ଲା କବିତ୍ରା ଗାଁ ନିକଟ ଏନ୍‌ଏଚ୍‌-୪୯ ଉପରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘ ୩ ବର୍ଷ ଧରି ଚାଲୁଛି । ଏହି ନିର୍ମାଣ କାର୍ଯ୍ୟ ପାଇଁ ଏନ୍‌ଏଚ୍‌ଆଇ ପକ୍ଷରୁ ବାଇପାସ କଡ଼ରେ ଏକ ଆପ୍ରୋଚ ରୋଡ୍‌ ନିର୍ମାଣ କରାଯାଇଥିଲା । ଏହି ଆପ୍ରୋଚ ରୋଡ଼ ଦେଇ ପାଞ୍ଚରୁ ଉର୍ଦ୍ଧ୍ଵ ପଞ୍ଚାୟତର ଗ୍ରାମବାସୀ ନିର୍ଭର କରନ୍ତି।

ଆପ୍ରୋଚ ରୋଡ଼ ନଷ୍ଟ ହୋଇଯିବାରୁ ,ଲୋକମାନେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀମାନେ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି । ଏହି ରାସ୍ତା ନିର୍ମାଣ ପାଇଁ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି। ଯେ ପର୍ଯ୍ୟନ୍ତ ରାସ୍ତା ପୁନଃ ନିର୍ମାଣ କାମ କରାନଯାଇଛି, ସେପର୍ଯ୍ୟନ୍ତ ରାସ୍ତା ଅବରୋଧ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.