Below header

ହରଭଜନ ସିଂହଙ୍କୁ ବିବାହ କରି ଲାଇମଲାଇଟରୁ ଦୂରେଇ ଗଲେ ଗୀତା ବାସ୍ରା, ଜନ୍ମଦିନରେ ପଢ଼ନ୍ତୁ ତାଙ୍କ ଜୀବନର କିଛି ଗୋପନ କଥା

ବଲିଉଡରେ କାମ କରିସାରିଥିବା ଅଭିନେତ୍ରୀ ଗୀତା ବାସ୍ରାଙ୍କ ଆଜି ୩୭ତମ ଜନ୍ମଦିନ। ଗୀତା ଭାରତୀୟ କ୍ରିକେଟ ଟୀମର କ୍ରିକେଟର ହରଭଜନ ସିଂହଙ୍କ ଧର୍ମପତ୍ନୀ। ଗୀତାଙ୍କ ଜନ୍ମ ଇଂଲଣ୍ଡର ଦକ୍ଷିଣୀ ତଟରେ ପୋର୍ଟସମାଉଥରେ ଏକ ପଞ୍ଜାବୀ ପରିବାରରେ ହୋଇଥିଲା। ଗୀତା ସେହିଠାରେ ହିଁ ବଡ ହୋଇ ପରେ ଭାରତ ଆସିଲେ। ପିଲାବେଳୁ କେବେବି ଭାବିନଥିଲେ ସେ ଜଣେ ଅଭିନେତ୍ରୀ ହେବେ ବୋଲି। ତାଙ୍କର ରୁଚି ଥିଲା ସେ କ୍ରିମିନାଲ ସାଇକୋଲେଜିଷ୍ଟ ହେବେ। ତେବେ ଗୀତାଙ୍କ ଜନ୍ମଦିନରେ ଏମିତି ଆହୁରି ଅନେକ କଥା ଜାଣିବା ଆସନ୍ତୁ।

bhajiଗୀତା ଲଣ୍ଡନରେ ୪-୫ ବର୍ଷ ପର୍ଯ୍ୟନ୍ତ ଥିଏଟର କରିଛନ୍ତି ଏବଂ ଏହାପରେ ମୁମ୍ବାଇର କିଶୋର ନମିତ କପୁରର ଆକ୍ଟିଙ୍ଗ ସ୍କୁଲରେ ଆଡମିସନ୍ ନେଲେ। ଏଠାରେ ଆକ୍ଟିଙ୍ଗ୍ ଶିଖିବା ପରେ ତାଙ୍କୁ ବଲିଉଡର ପ୍ରଥମ ବ୍ରେକ ମିଳିଲା। ପ୍ରଥମ ଫିଲ୍ମରେ ସେ ଇମରାନ୍ ହାସମୀ ସହିତ ନଜର ଆସିଥିଲେ।

ଏହାପରେ ୨୦୦୭ରେ ଗୀତା ଆଉ ଏକ ଫିଲ୍ମ ‘ଦ ଟ୍ରେନ’ରେ ଇମରାନ୍ ହାସମୀଙ୍କ ସହ ନଜର ଆସିଲେ। ଏଥିରେ ଗୀତା ଜମେଇକି ବୋଳ୍ଡ ସିନ୍ ଦେଇଥିଲେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୀତା ବାସ୍ରା ବଲିଉଡକୁ ଆସିବା ପୂର୍ବରୁ ଜଣେ ବହୁତ ଭଲ ମଡେଲ ରହିସାରିଛନ୍ତି। ତେବେ କିଛି ଖାସ୍ ସଫଳତା ନ ମିଳିବାରୁ ଗୀତା ଧିରେ ଧିରେ ବଲିଉଡ ଦୁନିଆରୁ ଗାୟବ ହୋଇଗଲେ।

gita basraଗୀତା ବାସ୍ରା ୨୦୧୫ରେ ଟିମ୍ ଇଣ୍ଡିଆର ସ୍ପିନ୍ ବଲର ହରଭଜନ୍ ସିଂହଙ୍କୁ ବିବାହ କଲେ। ତେବେ କୁହାଯାଉଥିଲା ଯେ ଦୁହେଁ ପରଷ୍ପରକୁ ୩ ବର୍ଷରୁ ଅଧିକ ସମୟ ଧରି ଡେଟ୍ କରୁଥିଲେ। ହରଭଜନଙ୍କୁ ବିବାହ କରିବା ପରେ ଗୀତା ବଲିଉଡରୁ ଏକଦମ୍ ଗାୟବ ହୋଇଯାଇଛନ୍ତି। ନା ସେ କୌଣସି ଇଭେଣ୍ଟରେ ନଜର ଆସୁଛନ୍ତି ନା କୌଣସି ଆଓ୍ଵାର୍ଡ ଫଙ୍କସନରେ, ନା ପାର୍ଟୀରେ ନା ଫିଲ୍ମରେ।

gitaତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୀତା ଏବଂ ହରଭଜନ ସିଂହଙ୍କର ଗୋଟିଏ ସୁନ୍ଦର ଝିଅଟିଏ ଅଛି, ଯାହାର ନାମ ହିନାୟା ରଖିଛନ୍ତି। ଗୀତା ସୋସିଆଲ ମିଡିଆରେ ବହୁତ ଫେମସ୍‌। ସେ ପ୍ରାୟ ସମୟରେ ନିଜ ଝିଅ ହିନାୟା ଏବଂ ପତି ହରଭଜନଙ୍କ ସହ ଫଟୋ ପୋଷ୍ଟ କରନ୍ତି। ଫିଲ୍ମରୁ ଦୂରେଇ ଗୀତା ନିଜ ବ୍ୟକ୍ତିଗତ ଜୀବନକୁ ବହୁତ ଭଲଭାବେ ଏଞ୍ଜୟ କରୁଛନ୍ତି। ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଚା ଓ ଶୁଭକାମନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.