ଛକା ରୋକିବା ପାଇଁ ପବନରେ ଉଡିଲେ କେଏଲ ରାହୁଲ, ଆଶ୍ଚର୍ଯ୍ଯ ରହିଗଲେ ଦର୍ଶକ ଏବଂ କମେଣ୍ଟେଣ୍ଟର

ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟି ମ୍ଯାଚ ବିଶିଷ୍ଟ ସିରିଜରେ ପ୍ରଥମ ମ୍ଯାଚକୁ ଜିତି ନେଇଛି ଇଂଲଣ୍ଡ। ୮ ୱିକେଟରେ ଭାରତକୁ ହରାଇ ପ୍ରଥମ ଟି-୨୦ ମ୍ଯାଚ ଜିତିଛି ଇଂଲଣ୍ଡ। କିନ୍ତୁ ଏହି ମ୍ଯାଚରେ ଭାରତୀୟ ଖେଳାଳି କେଏଲ ରାହୁଲଙ୍କ ଫିଲଡିଂକୁ ଫ୍ଯାନ୍ ବେଶ ପ୍ରଶଂସା କରୁଛନ୍ତି। ଇଂଲଣ୍ଡ ବ୍ଯାଟିଂ ସମୟରେ ବାଉଣ୍ଡ୍ରୀର ଲାଇନରେ ରାହୁଲ ଫିଲ୍ଡିଂ କରୁଥିଲେ। ଏହି ସମୟରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହା ଆପଣ ଦେଖିଲେ ମଧ୍ୟ ନିଜ ଆଖିକୁ ବିଶ୍ବାସ କରିପାରିବେନି।

ଅକ୍ଷର ପଟେଲଙ୍କ ବଲରେ ଇଂଲଣ୍ଡ ଓପନର ଜେସନ ରୟ ଏକ ଲମ୍ବା ସଟ୍ ଖେଳିଥିଲେ। ଯାହାକୁ ଧରିବା ପାଇଁ ପବନରେ ଉଡିଥିଲେ କେଏଲ ରାହୁଲ। ଏହାକୁ ଦେଖି ଖେଳାଳି ଏବଂ କମେଣ୍ଟେଣ୍ଟର ଆଶ୍ଚର୍ଯ୍ଯ ରହିଯାଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେବା ପରେ ପ୍ରଶଂସାର ସୁଅ ଛୁଟୁଛି।

ପ୍ରଥମ ଟି-୨୦ ମ୍ଯାଚ ହାରିବା ପରେ ଦ୍ବିତୀୟ ମ୍ଯାଚ ୧୪ ମାର୍ଚ୍ଚକୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.