Below header

ବାପା ଶବକୁ ନେଇ ପୁଅ,ଝିଅ ଭିତରେ ଝଗଡା: ରାତି ଯାକ ମେଡିକାଲରେ ପଡ଼ିରହିଲା ଶବ

ସାଲେପୁର: ବାପା ଶବକୁ ନେଇ ପୁଅ,ଝିଅ ଭିତରେ ଝଗଡା। ଯାହାଫଲରେ ରାତି ଯାକ ଶବ ପଡ଼ିରହିଲା ମେଡିକାଲରେ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଇସୁଙ୍ଗୁଡା ନିବସୀ ବିଷ୍ଣୁ ପ୍ରସାଦ ସିଂଙ୍କର ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା। ସେତେବେଳକୁ ଝିଅ ବନଜା ଥିଲା ବାପାଙ୍କ ପାଖରେ। ବିଷ୍ଣୁ ଙ୍କର ପୁଅ କୁଳମଣି ବାପାଙ୍କ ମୃତ୍ୟୁ ଖବର ପାଇ ଆସିନଥିଲେ ମେଡିକାଲକୁ। ଦୀର୍ଘ ଦିନହେବ ବାପା ପୁଅର ଝଗଡା ଲାଗି ରହିଥିବାରୁ ବାପା ବିଷ୍ଣୁ ନିଜ ଝିଅ ବନଜାଙ୍କ ପାଖରେ ରହୁଥିଲେ।

ଦେହ ଖରାପ ହେବାରୁ ଝିଅ ବାପାଙ୍କୁ ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଖବର ପାଇ ପୁଅ ତାଙ୍କ ବାପାକୁ ମାରିଦେଇଥିବା ଅଭିଯୋଗ ଥାନାରେ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମେଡିକାଲ ରିପୋର୍ଟକୁ ଆଧାର କରି ଏକ ଅପମୃତ୍ୟୁ ମାମଲା ରଜୁକରି ଝିଅକୁ ଶବ ଦାହ ପାଇଁ ହସ୍ତାନ୍ତର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.