Categories: ରାଜ୍ୟ

ପଞ୍ଚମ ପାଳିର ସରକାରରେ ଆକ୍ଟିଭ୍‌ ମୁଡ୍‌ରେ ନବୀନ, ଦୁର୍ନୀତି ବିରୋଧରେ ନେଉଛନ୍ତି କଡା ଅଭିମୁଖ୍ୟ

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ନୀତି ବିକାଶର ବଡ଼ ପ୍ରତିବନ୍ଧକ । ଦୁର୍ନୀତି ବିରୋଧରେ ପଞ୍ଚମ ପାଳିର ସରକାରରେ କଠୋର ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ୧୬ ଜଣ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି । ଏକ ମାସ ମଧ୍ୟରେ ବହିଷ୍କୃତ ହୋଇଛନ୍ତି ୩୭ ଜଣ । ଆଗକୁ ଦୁର୍ନୀତି ଅଭିଯୋଗ ଥିବା ବଡ଼ ବଡ଼ ଅଫିସରଙ୍କ ବିରୋଧରେ କାଯ୍ୟାର୍ନୁଷ୍ଠାନ ହୋଇପାରେ ।

ଆହୁରି ପଢନ୍ତୁ: ଭଲ କାମ କଲେ ଅଫିସର ଓ କର୍ମଚାରୀଙ୍କୁ ମିଳିବ ଆଗୁଆ ପଦୋନ୍ନତି, ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ

ବିଧାନସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୧ ଜାନୁଆରୀ ୨୦୧୦ ରୁ ୩୦ ଜୁନ୍‌ ୨୦୧୯ ମଧ୍ୟରେ ୧୧ଜଣ ଆଇଏଏସ୍‌ଙ୍କ ବିରୋଧରେ ରହିଛି ଭିଜିଲାନ୍ସ ମାମଲା । ସେହିପରି ୨୨୭ ଜଣ ଓଏଏସ୍‌ ଅଫିସରଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସ ମାମଲା ରହିଛି । ବିରୋଧୀ କହିଛନ୍ତି ରାଜ୍ୟ ସରକାର ଛୋଟ ଅଫିସରଙ୍କୁ ବହିଷ୍କାର କରୁଛନ୍ତି । ହେଲେ ବଡ଼ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଆହୁରି ପଢନ୍ତୁ: ଗଜପତି: ଟସର ଚାଷର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ, ପଡ଼ିଆ ପଡ଼ିଥିବା ଜମିରେ ହେଉଛି ସୁନାର ଫସଲ

କେବଳ ଏତିକି ନୁହଁ ପଞ୍ଚମ ପାଳି ଆରମ୍ଭରୁ 5-Tକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଅକ୍ଟୋବର ୨ରୁ ମୋ ସରକାର କାଯ୍ୟର୍କ୍ରମ ସାରା ରାଜ୍ୟରେ ଆରମ୍ଭ କରିବାକୁ ଯାଉଛି । ସଚିବାଳୟର ନାଁ ପରିବର୍ତ୍ତନ କରି ଲୋକସେବା ଭବନ କରିବାଠୁ ଆରମ୍ଭ କରି ମୋ ସରକାର କାଯ୍ୟର୍କ୍ରମ । ସବୁ ସରକାରୀ କାଯ୍ୟର୍କ୍ରମରେ ଲୋକମାନଙ୍କୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଦୁର୍ନୀତି ବିରୋଧରେ କଡା ଅଭିମୁଖ୍ୟ ଗ୍ରହଣ କରି ନବୀନ ଏକ ମାସ ମଧ୍ୟରେ ୩୭ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

5 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

8 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

8 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

8 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

11 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

11 hours ago