ପଞ୍ଚମ ପାଳିର ସରକାରରେ ଆକ୍ଟିଭ୍ ମୁଡ୍ରେ ନବୀନ, ଦୁର୍ନୀତି ବିରୋଧରେ ନେଉଛନ୍ତି କଡା ଅଭିମୁଖ୍ୟ
ଭୁବନେଶ୍ବର(କେନ୍ୟୁଜ୍): ଦୁର୍ନୀତି ବିକାଶର ବଡ଼ ପ୍ରତିବନ୍ଧକ । ଦୁର୍ନୀତି ବିରୋଧରେ ପଞ୍ଚମ ପାଳିର ସରକାରରେ କଠୋର ପଦକ୍ଷେପ ନେଉଛନ୍ତି ମୁଖ୍ୟମନ୍ତ୍ରୀ । ଶୁକ୍ରବାର ୧୬ ଜଣ ଅଧିକାରୀଙ୍କୁ ବହିଷ୍କାର କରାଯାଇଛି । ଏକ ମାସ ମଧ୍ୟରେ ବହିଷ୍କୃତ ହୋଇଛନ୍ତି ୩୭ ଜଣ । ଆଗକୁ ଦୁର୍ନୀତି ଅଭିଯୋଗ ଥିବା ବଡ଼ ବଡ଼ ଅଫିସରଙ୍କ ବିରୋଧରେ କାଯ୍ୟାର୍ନୁଷ୍ଠାନ ହୋଇପାରେ ।
ଆହୁରି ପଢନ୍ତୁ: ଭଲ କାମ କଲେ ଅଫିସର ଓ କର୍ମଚାରୀଙ୍କୁ ମିଳିବ ଆଗୁଆ ପଦୋନ୍ନତି, ସନ୍ତୋଷଜନକ ନହେଲେ କାର୍ଯ୍ୟାନୁଷ୍ଠାନ
ବିଧାନସଭାରେ ଉପସ୍ଥାପିତ ହୋଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୧ ଜାନୁଆରୀ ୨୦୧୦ ରୁ ୩୦ ଜୁନ୍ ୨୦୧୯ ମଧ୍ୟରେ ୧୧ଜଣ ଆଇଏଏସ୍ଙ୍କ ବିରୋଧରେ ରହିଛି ଭିଜିଲାନ୍ସ ମାମଲା । ସେହିପରି ୨୨୭ ଜଣ ଓଏଏସ୍ ଅଫିସରଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସ ମାମଲା ରହିଛି । ବିରୋଧୀ କହିଛନ୍ତି ରାଜ୍ୟ ସରକାର ଛୋଟ ଅଫିସରଙ୍କୁ ବହିଷ୍କାର କରୁଛନ୍ତି । ହେଲେ ବଡ଼ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ଆହୁରି ପଢନ୍ତୁ: ଗଜପତି: ଟସର ଚାଷର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ, ପଡ଼ିଆ ପଡ଼ିଥିବା ଜମିରେ ହେଉଛି ସୁନାର ଫସଲ
କେବଳ ଏତିକି ନୁହଁ ପଞ୍ଚମ ପାଳି ଆରମ୍ଭରୁ 5-Tକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଅକ୍ଟୋବର ୨ରୁ ମୋ ସରକାର କାଯ୍ୟର୍କ୍ରମ ସାରା ରାଜ୍ୟରେ ଆରମ୍ଭ କରିବାକୁ ଯାଉଛି । ସଚିବାଳୟର ନାଁ ପରିବର୍ତ୍ତନ କରି ଲୋକସେବା ଭବନ କରିବାଠୁ ଆରମ୍ଭ କରି ମୋ ସରକାର କାଯ୍ୟର୍କ୍ରମ । ସବୁ ସରକାରୀ କାଯ୍ୟର୍କ୍ରମରେ ଲୋକମାନଙ୍କୁ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ଦୁର୍ନୀତି ବିରୋଧରେ କଡା ଅଭିମୁଖ୍ୟ ଗ୍ରହଣ କରି ନବୀନ ଏକ ମାସ ମଧ୍ୟରେ ୩୭ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି ।