Below header

ସାଉଦିଆରବ ତୈଳ କାରଖାନାରେ ଡ୍ରୋନ୍‌ ଆକ୍ରମଣ

ସାଉଦିଆରବ ତୈଳ କାରଖାନାରେ ଡ୍ରୋନ୍‌ ଆକ୍ରମଣ। ଉତ୍ତର ସାଉଦିଆରବରେ ଥିବା ଦୁଇଟି ତେଲ କାରଖାନା ଉପରେ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟେମେନ୍‌ର ହୁଥି ବିଦ୍ରୋହୀମାନେ ଆକ୍ରମଣ କରିଥିବା ଦାବି କରିଛନ୍ତି। ଏକାବେଳେ ୧୦ଟି ଡ୍ରୋନ୍‌ ସାହାଯ୍ୟରେ ଆକ୍ରମଣ କରାଯାଇଛି। ଭୋର ୪ଟା ବେଳେ ଏହି ଆକ୍ରମଣ ହୋଇଥିଲା। ଡ୍ରୋନ୍‌ ଆକ୍ରମଣ ପରେ ଦୁଇ ତୈଳ କାରଖାନା ହୁହୁ ହୋଇ ଜଳିଥିଲା। ଧୂଆଁରେ ଆଛାଦିତ ହୋଇ ଯାଇଥିଲା ଆକାଶ। ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇଥିବା ସାଉଦି ସରକାରଙ୍କ ପକ୍ଷରୁ କୁହାଯାଇନାହିଁ। ସେହିପରି କଣ କ୍ଷୟକ୍ଷତି ଘଟିଛି ସେ ନେଇ ମଧ୍ୟ କିଛି ସୂଚନା ଦିଆଯାଇ ନାହିଁ। ଡ୍ରୋନ୍‌ ଆକ୍ରମଣ ପରେ ତଦନ୍ତ କରାଯାଇଥିଲେ ବି ଡ୍ରୋନ କେଉଁଠୁ ଆସିଥିଲା ସେ ନେଇ କିଛି ଟେର୍‌ ମିଳିନାହିଁ। ହୁଥି ବିଦ୍ରୋହୀମାନେ ସାଉଦି ଏୟାର ବେସ୍‌ ଓ ତୈଳ କାରଖାନା ଗୁଡ଼ିକୁ ଟାର୍ଗେଟ୍‌ କରୁଛନ୍ତି। ପୂର୍ବରୁ କ୍ଷେପଣାସ୍ତ୍ର ମାଡ଼ କରୁଥିବା ବେଳେ ଏବେ ଡ୍ରୋନ୍‌ ସହାଯ୍ୟରେ ଆକ୍ରମଣ କରୁଛନ୍ତି। ଗତ କିଛିଦିନ ମଧ୍ୟରେ ବିଦ୍ରୋହୀମାନେ ଏକାଧିକ ଥର ଆକ୍ରମଣ କରିସାରିଲେ। ଗତ ମେ ମାସରେ ଦୁଇଟି ଅଏଲ ପମ୍ପିଂ ଷ୍ଟେସନ୍‌ ଉପରେ ଡ୍ରୋନ୍‌ ମାଡ଼ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.