ରାଜ୍ୟ

ସଂକୀର୍ଣ୍ଣ ଗଳି ଭିତରେ ଫସି ଜୀବନ ହାରିଲା ଗାଈ, ଦୁଃଖରେ ଆତ୍ମହରା ହେଲେ ପରିବାର ଲୋକେ

ସମ୍ବଲପୁର(କେ ନ୍ୟୁଜ): ସ୍ଥାନୀୟ ସାଖିପଡା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସାଖିପଡାର ଦୁଇ ଘର ପାଚେରୀ ମଧ୍ୟରେ ଥିବା ଏକ ସଂକୀର୍ଣ୍ଣ ଗଳି ମଧ୍ୟରେ ଦୀର୍ଘ ସମୟ ଫସି ରହିବା ଫଳରେ ଏକ ଗାଈର ମୃତ୍ୟୁ ଘଟିଛି । ଉକ୍ତ ଦୁଇ ଘରର ପଛ ପାର୍ଶ୍ୱରେ ରହିଛି ବୃକ୍ସହିଲ ପାହାଡ଼ ର ଜଙ୍ଗଲ । ଜଙ୍ଗଲ ବାଟ ଦେଇ ଗାଈଟି କୌଣସି କାରଣରୁ ଦୁଇ ପାଚେରୀ ମଧ୍ୟରେ ଯିବା ସମୟରେ ପାଚେରୀର ସଂକୀର୍ଣ୍ଣ ଅଂଶରେ ଫସି ରହି ଯାଇଥିଲା ଓ ଅତ୍ୟଧିକ ସମୟ ଫସି ରହିଥିବା ଯୋଗୁଁ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଅଞ୍ଚଳରେ ସାମାନ୍ୟ ଦୁର୍ଗନ୍ଧ ହେଲା ପରେ ଲୋକେ ଫସି ରହିଥିବା ଗାଈ ଟିକୁ ଦେଖିଥିଲେ ।

ମୃତ ଗାଈର ଶବଉଦ୍ଧାର ପାଇଁ ଏକ ପାଚେରୀ ର କିଛି ଅଂଶ ଭାଙ୍ଗିବାର ଆବଶ୍ୟକତା ପଡିଲା | ଯାହାକୁ ନେଇ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା ଦୁଇ ପରିବାର ମଧ୍ୟରେ । ଶେଷରେ ଧନୁପାଲି ପୋଲିସର ହସ୍ତକ୍ଷେପ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସମ୍ବଲପୁର ମହାନଗର ନିଗମର କର୍ମଚାରୀମାନେ ମୃତ ଗାଈର ଶବକୁ ବାହାର କରିବାରେ ସମର୍ଥ ହୋଇଥିଲେ । ତେବେ ଉକ୍ତ ଗାଈକୁ ବହୁ ବର୍ଷରୁ ଛୁଆଟିଏ ଭଳି ସଖିପଡା ର ମହରମ ଖାଁନ ପାଳିଥିଲେ । ଦୁଇ ଦିନରୁ ଗାଈ ଘରକୁ ନ ଫେରିବାରୁ ସେ ବହୁତ ଖୋଜାଖୋଜି କରୁଥିଲେ। ଘଟଣାର ଖବର ପାଇ ସେହି ସ୍ଥାନକୁ ପହଞ୍ଚିଥିଲେ ଆଉ ଗାଈ ମୃତ୍ୟୁ ଦେଖି ସେ ସେହିଠାରେ ଆତ୍ମହରା ହୋଇପଡିଥିଲେ। ସକାଳ ୬ ଟାରୁ ଖବର ପାଇଲା ପରେ

ଗାଈର ୧୨:୩୦ ରେ ମୃତଦେହ ବାହାରିବା ଯାଏଁ ତାଙ୍କ ପରିବାରର ସମସ୍ତ ସଦସ୍ୟ କିଛି ନଖାଇ ନପିଇ ଘଟଣା ସ୍ଥଳରେ ରହିଥିଲେ ଓ ପରିବାର ର ସମସ୍ତ ସଦସ୍ୟଙ୍କ ଆଖିରେ ଲୁହ ଦେଖି ସେଠାରେ ଉପସ୍ଥିତ ଲୋକେ ଭାବୁକ ଓ ଭାବବିହ୍ଵଳ ହୋଇପଡିଥିଲେ । ଗାଈକୁ ଛୋଟ ବେଳରୁ ନିଜର ସନ୍ତାନ ଭଳି ପାଳିଥିବା ମହରମ ଖାଁନ ଦୁଃଖରେ ତ ଭାଙ୍ଗି ପଡ଼ିଥିଲେ। ହେଲେ ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେଉଁ ଘର ମାନଙ୍କ ମଧ୍ୟରେ ସଂକୀର୍ଣ୍ଣ ଗଳି ରହିଛି ଦୟାକରି ତାର ଉଭୟ ପାର୍ଶ୍ଵରେ ତାରବାଡ଼ କିମ୍ବା ସ୍ଥାୟୀ ପାଚେରୀ କାନ୍ଥ ଦେଇ ଗଳି ର ପ୍ରବେଶ ପଥକୁ ଅବରୋଧ କରନ୍ତୁ । ଯାହା ଫଳରେ ଆଗାମୀ ଦିନରେ କୌଣସି ନିରୀହ ଯିବ ଏଭଳି କଷ୍ଟ ପାଇ ମୃତ୍ୟୁ ବରଣ ନକରନ୍ତୁ ।

KNews Bureau

Recent Posts

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

4 mins ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

9 mins ago

ଏହି ସବୁ ଜୀବ ଘର ପାଇଁ ହୋଇଥାନ୍ତି ଅଶୁଭ, ଦେଇଥାନ୍ତି ବିପତ୍ତିର ସଙ୍କେତ

ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…

12 mins ago

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

26 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

40 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

43 mins ago