Below header

ସଂକୀର୍ଣ୍ଣ ଗଳି ଭିତରେ ଫସି ଜୀବନ ହାରିଲା ଗାଈ, ଦୁଃଖରେ ଆତ୍ମହରା ହେଲେ ପରିବାର ଲୋକେ

ସମ୍ବଲପୁର(କେ ନ୍ୟୁଜ): ସ୍ଥାନୀୟ ସାଖିପଡା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସାଖିପଡାର ଦୁଇ ଘର ପାଚେରୀ ମଧ୍ୟରେ ଥିବା ଏକ ସଂକୀର୍ଣ୍ଣ ଗଳି ମଧ୍ୟରେ ଦୀର୍ଘ ସମୟ ଫସି ରହିବା ଫଳରେ ଏକ ଗାଈର ମୃତ୍ୟୁ ଘଟିଛି । ଉକ୍ତ ଦୁଇ ଘରର ପଛ ପାର୍ଶ୍ୱରେ ରହିଛି ବୃକ୍ସହିଲ ପାହାଡ଼ ର ଜଙ୍ଗଲ । ଜଙ୍ଗଲ ବାଟ ଦେଇ ଗାଈଟି କୌଣସି କାରଣରୁ ଦୁଇ ପାଚେରୀ ମଧ୍ୟରେ ଯିବା ସମୟରେ ପାଚେରୀର ସଂକୀର୍ଣ୍ଣ ଅଂଶରେ ଫସି ରହି ଯାଇଥିଲା ଓ ଅତ୍ୟଧିକ ସମୟ ଫସି ରହିଥିବା ଯୋଗୁଁ ଅଣନିଶ୍ୱାସୀ ହୋଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। ଅଞ୍ଚଳରେ ସାମାନ୍ୟ ଦୁର୍ଗନ୍ଧ ହେଲା ପରେ ଲୋକେ ଫସି ରହିଥିବା ଗାଈ ଟିକୁ ଦେଖିଥିଲେ ।

ମୃତ ଗାଈର ଶବଉଦ୍ଧାର ପାଇଁ ଏକ ପାଚେରୀ ର କିଛି ଅଂଶ ଭାଙ୍ଗିବାର ଆବଶ୍ୟକତା ପଡିଲା | ଯାହାକୁ ନେଇ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା ଦୁଇ ପରିବାର ମଧ୍ୟରେ । ଶେଷରେ ଧନୁପାଲି ପୋଲିସର ହସ୍ତକ୍ଷେପ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସମ୍ବଲପୁର ମହାନଗର ନିଗମର କର୍ମଚାରୀମାନେ ମୃତ ଗାଈର ଶବକୁ ବାହାର କରିବାରେ ସମର୍ଥ ହୋଇଥିଲେ । ତେବେ ଉକ୍ତ ଗାଈକୁ ବହୁ ବର୍ଷରୁ ଛୁଆଟିଏ ଭଳି ସଖିପଡା ର ମହରମ ଖାଁନ ପାଳିଥିଲେ । ଦୁଇ ଦିନରୁ ଗାଈ ଘରକୁ ନ ଫେରିବାରୁ ସେ ବହୁତ ଖୋଜାଖୋଜି କରୁଥିଲେ। ଘଟଣାର ଖବର ପାଇ ସେହି ସ୍ଥାନକୁ ପହଞ୍ଚିଥିଲେ ଆଉ ଗାଈ ମୃତ୍ୟୁ ଦେଖି ସେ ସେହିଠାରେ ଆତ୍ମହରା ହୋଇପଡିଥିଲେ। ସକାଳ ୬ ଟାରୁ ଖବର ପାଇଲା ପରେ

ଗାଈର ୧୨:୩୦ ରେ ମୃତଦେହ ବାହାରିବା ଯାଏଁ ତାଙ୍କ ପରିବାରର ସମସ୍ତ ସଦସ୍ୟ କିଛି ନଖାଇ ନପିଇ ଘଟଣା ସ୍ଥଳରେ ରହିଥିଲେ ଓ ପରିବାର ର ସମସ୍ତ ସଦସ୍ୟଙ୍କ ଆଖିରେ ଲୁହ ଦେଖି ସେଠାରେ ଉପସ୍ଥିତ ଲୋକେ ଭାବୁକ ଓ ଭାବବିହ୍ଵଳ ହୋଇପଡିଥିଲେ । ଗାଈକୁ ଛୋଟ ବେଳରୁ ନିଜର ସନ୍ତାନ ଭଳି ପାଳିଥିବା ମହରମ ଖାଁନ ଦୁଃଖରେ ତ ଭାଙ୍ଗି ପଡ଼ିଥିଲେ। ହେଲେ ପ୍ରଶାସନକୁ ଅନୁରୋଧ କରିଛନ୍ତି ଯେଉଁ ଘର ମାନଙ୍କ ମଧ୍ୟରେ ସଂକୀର୍ଣ୍ଣ ଗଳି ରହିଛି ଦୟାକରି ତାର ଉଭୟ ପାର୍ଶ୍ଵରେ ତାରବାଡ଼ କିମ୍ବା ସ୍ଥାୟୀ ପାଚେରୀ କାନ୍ଥ ଦେଇ ଗଳି ର ପ୍ରବେଶ ପଥକୁ ଅବରୋଧ କରନ୍ତୁ । ଯାହା ଫଳରେ ଆଗାମୀ ଦିନରେ କୌଣସି ନିରୀହ ଯିବ ଏଭଳି କଷ୍ଟ ପାଇ ମୃତ୍ୟୁ ବରଣ ନକରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.