ଫ୍ୟାନ ପଚାରିଲେ, ‘ପିରିୟଡସ ବେଳେ ଭାବୀ ସ୍ତ୍ରୀଙ୍କୁ କେମିତି ସମ୍ଭାଳିବି’? ତ ଉତ୍ତରରେ ଏମିତି କହିଲେ ଇଲିଆନା ଡିକ୍ରୁଜ

ଅଭିନେତ୍ରୀ ଇଲିଆନା ଡିକ୍ରୁଜ ନିଜ ଆକ୍ଟିଂ ଛଡ଼ା ରୋକଠୋକ ଜବାବ ଦେବାରେ ପୂରା ମାହିର । ଏବେ ଇଲିଆନାଙ୍କର ଏକ ଥ୍ରୋବ୍ୟାକ ଚ୍ୟାଟ ଖୁବ ଭାଇରଲ ହେଉଛି, ଯେଉଁଥିରେ ସେ ଜଣେ ଫ୍ୟାନଙ୍କୁ ପିରିୟଡସରେ ନିଜ ସାଥୀଙ୍କଠାରୁ କିଭଳି ଦୂରେଇ ରହିବ ସେ ବିଷୟରେ ପରାମର୍ଶ ଦେଇଥିବା ଦେଖାଯାଇଛି।

ଗତବର୍ଷ ଜଣେ ଫ୍ୟାନ ଇଲିଆନା ଡିକ୍ରୁଜଙ୍କୁ ନିଜ ଭାବି ସ୍ତ୍ରୀଙ୍କ ପିରିୟଡ ବିଷୟରେ କିଛି ପ୍ରଶ୍ନ କରିଥିଲେ। ପିରିୟଡ ସମୟରେ ମହିଳାମାନଙ୍କର ମୁଡ କେମିତି ରହେ ତା ଉପରେ ଏକ ମିମ ସେୟାର କରି ଫ୍ୟାନ ଜଣକ ପଚାରିଥିଲେ କି, ‘ମୋ ଭାବି ସ୍ତ୍ରୀଙ୍କ ସହିତ ଯଦି ଏମିତି କଣ୍ଡିସନ ହେବ, ତା’ହେଲେ ତାଙ୍କୁ ସମ୍ଭାଳିବା ପାଇଁ ମୁଁ କଣ କରିବା ଉଚିତ? ମୋତେ ସାହାଯ୍ୟ କର। ମୁଁ ତାଙ୍କୁ ଆଘାତ ପହଞ୍ଚାଇବାକୁ ଚାହୁଁନି’।

ILLEANA
SOURCE_INDIA TV

ଇଲିଆନା ଏହାର ଉତ୍ତର ଦେଇ କହିଥିଲେ, ‘ସାବଧାନତାର ସହ ଆପ୍ରୋଚ କରନ୍ତୁ। ନଚେତ ତାଙ୍କୁ ପାଗଳଙ୍କ ଭଳି ଆଲିଙ୍ଗନ କରିବାକୁ ପ୍ରସ୍ତୁତ ରୁହନ୍ତୁ କିମ୍ବା ତାଙ୍କ ଆଖପାଖରୁ ଦୂରେଇ ରୁହନ୍ତୁ । ଯଦି ସେ ରାଗିବେ, ତା’ହେଲେ ତାଙ୍କ ଉପରକୁ ଚକୋଲେଟ ଫିଙ୍ଗି ଦୌଡ଼ି ପଳାନ୍ତୁ’। ଇଲିଆନାଙ୍କ ଏହି ପରାମର୍ଶ ଏବେ ଖୁବ୍‌ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.