ଭୁବନେଶ୍ବର(କେନ୍ୟୁଜ୍): ସାବଧାନ ମାତିଛନ୍ତି ସାଇବର ଠକ । ସୁନ୍ଦରୀଙ୍କୁ ଟ୍ରାପ୍ କରୁଛନ୍ତି । ସାହାଯ୍ୟ କରିବା ଆଳରେ ଯୁବତୀଙ୍କୁ ଫସାଉଛନ୍ତି ଠକ । ଏଣୁତେଣୁ ଗପୁଛନ୍ତି । ମିଠା ମିଠା କଥା କହୁଛନ୍ତି । ପରେ ବ୍ଲାକ୍ମେଲିଂ । ନୂଆ ଉପାୟରେ ଠକ ବିଛାଉଛନ୍ତି ଜାଲ । ଭୁବନେଶ୍ୱରରେ ଜଣେ ଯୁବତୀ ଏଭଳି ଠକେଇର ଶିକାର ହେଉ ହେଉ ବର୍ତ୍ତି ଯାଇଛନ୍ତି । ସାଇବର୍ ହେଲ୍ପ ଡେକ୍ସକୁ ଯୋଗାଯୋଗ କରିବା ପରେ ଠକ ପଞ୍ଝାରୁ ଖସିପାରିଲେ । ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଅଜଣା ନମ୍ବରରୁ ଫୋନ୍ କରି ଯୁବତୀଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା । ଯିଏ ଡରିଲା ତାଠୁ ନେଇ ଯାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଶୁଣନ୍ତୁ ଯୁବତୀଙ୍କୁ କିଭଳି ମାୟାଜାଲରେ ଫସାଉଥିଲା ଠକ ।
ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଯୁବତୀ ନିଜକୁ ସାଇବର ଠକ କବଳରୁ ବଞ୍ଚାଇ ପାରିଲେ । ଯଦି କୌଣସି ଅଜଣା ନମ୍ବରରୁ ଏମିତି କାହାକୁ ଫୋନ୍ କଲ୍ ଆସୁଛି ନଡରି ସାଇବର ହେଲ୍ପ ଡେସ୍କରେ ଅଭିଯୋଗ ପାଇଁ କହିଛନ୍ତି ଭୁବନେଶ୍ୱର ଡିସିପି । ଅଭିଯୋଗକାରୀଙ୍କ ପରିଚୟ ଗୋପନ ରଖାଯିବ ।
ସୋସିଆଲ୍ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁ ବାନ୍ଧୁଥିଲେ ସାବଧାନ ହୋଇଯାଅନ୍ତୁ । ନହେଲେ ଆପଣ ବି ଠକାମୀର ଶିକାର ହୋଇପାରନ୍ତି ।ସାଇବର ଅପରାଧକୁ ରୋକିବା ପାଇଁ ପୋଲିସ ନୂଆ ଟେକନିକ୍ର ବ୍ୟବହାର କରୁଛି । ତଥାପି ଠକମାନେ ଲୁଟ୍ ପାଇଁ ନୂଆ ପନ୍ଥା ଆପଣାଉଛନ୍ତି ।
ନରସିଂହପୁର(କେନ୍ୟୁଜ୍): କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମର ପ୍ରତାପ ପିହାଣ । ନିଜ ସ୍ତ୍ରୀକୁ ମାର ଧର…
ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…
ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…
ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ । ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…
ଜୟପୁର(କେନ୍ୟୁଜ୍): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…
ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …