ରାଜ୍ୟ

ଅନ୍ ଲାଇନ ମଦ ବିକ୍ରିର ଭରପୂର ଫାଇଦା ଉଠାଇଲେ ସାଇବର ଅପରାଧୀ, ଚାହୁଁ ଚାହୁଁ ଠକି ନେଇଗଲେ କୋଟିଏରୁ ଅଧିକ ଟଙ୍କା

ଭୁବନେଶ୍ବର : ଲକ୍‌ଡାଉନରେ ଯୋର ଧରିଛି ସାଇବର ଠକେଇ । ସାଇବର ଅପରାଧୀମାନେ ଟଙ୍କା ଲୋଭରେ ଟାର୍ଗେଟ କରି ଚାଲିଛନ୍ତି ସାଧାରଣ ଲୋକଙ୍କୁ । ସେବା ଯୋଗାଇଦେବା ନାଁରେ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଏଭଳି ଏକ ଘଟଣା ଗତକାଲି ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।

ଆପଣ ଜାଣିଥିବେ ଗତକାଲିଠାରୁ ଅନ୍ ଲାଇନରେ ଆରମ୍ଭ ହୋଇଛି ମଦ ବିକ୍ରି । ଯାହାର ଭରପୂର ଫାଇଦା ଉଠାଇଛନ୍ତି ସାଇବର ଅପରାଧୀମାନେ। ରାଜ୍ୟରେ ଅନ୍‌ଲାଇନ୍ ମଦ ବିକ୍ରି ଆରମ୍ଭ ହେବା ପୂର୍ବରୁ ଏହି ସାଇବର ଅପରାଧୀମାନେ ଫେସ୍‌ବୁକରେ ବିଜ୍ଞାପନ ଦେଇ ବହୁ ପଣିମାଣର ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି । ଏନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ହେଲେ ଅପରାଧୀକୁ ଏ ଯାଏଁ ବି ଗିରଫ କରିବାରେ ସକ୍ଷମ ହୋଇନି ପୋଲିସ।

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ପରଠାରୁ ରାଜ୍ୟରେ ମଦ ଦୋକାନ, ବାର୍‌ ବନ୍ଦ ରହିଥିଲା । ହେଲେ ଗତକାଲିଠାରୁ ସରକାରଙ୍କ ଅନୁମତି କ୍ରମେ ଏହାର ଅନ୍ ଲାଇନ୍ ବିକ୍ରି ଆରମ୍ଭ ହୋଇଥିଲା। ଯାହାର ଫାଇଦା ଉଠାଇଥିଲେ ସାଇବର ଅପରାଧୀମାନେ।  ଜାଲ୍‌ ବିଜ୍ଞାପନରେ ଦିଆ ଯାଇଥିବା ଫୋନ୍ ନମ୍ବରକୁ ଲୋକ କଲ୍ କରି ମଦ ବୁକ୍ କରିଥିଲେ। ଏଥି ଲାଗି ଆଗୁଆ ଅନ୍‌ଲାଇନ୍ ପେମେଣ୍ଟ ନେଇ ଯାଉଥିଲେ। କିନ୍ତୁ ଲୋକଙ୍କ ପାଖରେ ମଦ ପହଞ୍ଚୁ ନ ଥିଲା। ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଅନେକ ଲୋକ ଠକାମିର ଶିକାର ହୋଇଥିବାବେଳେ, ଏବେ ଅନ୍‌ଲାଇନ୍‌ ମଦ କାରବାର ଆରମ୍ଭ ହୋଇଯାଇଥିବାରୁ ଏପରି ଠକେଇ ଆହୁରି ବଢ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Sonalisa

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

1 hour ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago