ରାଜ୍ୟ

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନିଜ ଜମିରେ ବର୍ଷାରେ ଭିଜି ହଳ କରିବା ସହିତ ଲଗାଇଲେ ଧାନ ଗଛ

ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ହାତରେ ହଳ ଲଙ୍ଗଳ ଓ କାଦୁଅ ଜମିରେ ଚାଷୀ ପୁଅ ଅବତାରରେ ଦେଖିବାକୁ ମିଳିଲେ ବିଧାୟକ। କେତେବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଦ ଧୋଇ ତ, କେତେବେଳେ ଖରାପ ରାସ୍ତାକୁ ନିଜେ କୋଦାଳ ଧରି ମରାମତି କରି। ନିଜ ନିଆରା ଅନ୍ଦାଜରେ ଜନ ସେବା କରି ଚର୍ଚ୍ଚା ସାଉଁଟିଥିବା ବିଧାୟକ ଏବେ ଆଉ ଏକ ଭିନ୍ନ ରୂପରେ ।

ନିଜ ଜମିରେ ହଳ କରିବା ସହିତ ଧାନ ଗଛ ଲଗାଇ ଚର୍ଚ୍ଚା ସାଉଁଟିଲେ ବିଧାୟକ । ନିଜ ପୈତୃକ ସମ୍ପତ୍ତି ଜମିରେ ହଳ ଲଙ୍ଗଳ ଧରି ଚାଷ କରିବା ସହିତ ଜମିରେ ଅନ୍ୟ ମୂଲିଆଙ୍କ ସହିତ ମିଶି ଧାନ ଗଛ ଲଗାଇଛନ୍ତି ବିଧାୟକ । ବିଧାୟକ ନିଜେ ଜମିରେ ହଳ ଲଙ୍ଗଳ କରି ଧାନ ଗଛ ଲଗାଉଥିବାର ଖବର ପ୍ରଚାର ହେବାପରେ ଆଗ୍ରହ ବଶତଃ କିଛି ଲୋକ ବିଧାୟକ ହଳ କରୁଥିବା ସମୟରେ ଭିଡିଓ ଉତ୍ତୋଳନ କରିଥିଲେ । ଯାହା ପ୍ରବଳ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକଙ୍କ କହିବାନୁଯାଇ ତାଙ୍କ ପୈତୃକ ସମ୍ପତିରେ ପ୍ରାୟ ୨୫ ଏକର ଜମି ରହିଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ହେତୁ କିଛି ଜମିରେ ପାଣି ଅଭାବରୁ ଚାଷ ନ ହୋଇ ପଡିରହିଥିଲା ।

ବର୍ତ୍ତମାନ ବର୍ଷା ହେବା ଫଳରେ ସେଥିରେ ପାଣି ଜମିଥିଲା ଓ ଚାଷ ଉପଯୋଗୀ ହୋଇପାରିଥିଲା । କିନ୍ତୁ ସେହି ଜମିକୁ ପାୱାର ଟିଲର କିମ୍ବା ଟ୍ରାକ୍ଟର ପହଞ୍ଚି ପାରୁନଥିଲା । ତେଣୁ ଜମିରେ ମୂଲ ଲାଗିଥିବା ଅନ୍ୟ ମୂଲିଆଙ୍କ ସହିତ ମିଶି ଚାଷ କରିଥିଲେ ବିଧାୟକ । ବର୍ଷାକୁ ଖାତିର ନ କରି ଜମିରେ ହଳ କରି ଧାନ ଗଛ ଲଗାଇଥିଲେ ବିଧାୟକ । ବର୍ତ୍ତମାନ ସରକାର କୃଷି କ୍ଷେତ୍ରଉପରେ ଗୁରୁତ୍ୱ ଦେଉଥିବା ବେଳେ ଯଦି ଯୁବ ବର୍ଗ ମଧ୍ୟ ଚାଷ ଉପରେ ଆଗ୍ରହ ଦେଖାନ୍ତି ତେବେ ସ୍ୱ-ରୋଜଗାର ହେବା ସହିତ ଦେଶ ର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି କହିଛନ୍ତି ବିଧାୟକ ।

Sonalisa

Recent Posts

ଜଳୁଛି ହିମାଚଳର ସୋଲନ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଚେଷ୍ଟା

ଜଳୁଛି ଜଙ୍ଗଲ । ଦେଶର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଘଟଣା ଥମିବାର ନାଁ ଧରୁନାହିଁ । ଉତ୍ତରାଖଣ୍ଡ ଓ…

1 min ago

ବରୁଣ ଧଓ୍ଵନ ଝିଅର ପ୍ରଥମ ଝଲକ ସେୟାର କରି ସେଲିବ୍ରେଟ୍‌ କଲେ ‘ଫାଦର୍ସ ଡେ’

ନିକଟରେ ବରୁଣ ଧୱନ ଏବଂ ନତାଶା ଦଲାଲ ଏକ ସୁନ୍ଦର ଝିଅର ମା’ ଓ ବାପା ହୋଇଛନ୍ତି । ବିବାହର…

1 min ago

ବର୍ଷକରେ କେତେଥର ଏସି ସର୍ଭିସିଂ କରିବା ଉଚିତ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଦକ୍ଷତା ଏବଂ ଜୀବନକାଳ ବୃଦ୍ଧି ପାଇଁ ଏୟାର କଣ୍ଡିସନର (AC) ର ନିୟମିତ ସର୍ଭିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ଷକୁ…

28 mins ago

ବୌଦ୍ଧ ଜିଲ୍ଲାରୁ ସପ୍ତମ ବର୍ଷ ପାଇଁ ପୁରୀକୁ ଗଡିଲା ରଥ କାଠ ଗାଡି

କଣ୍ଟାମାଳ(କେନ୍ୟୁଜ): ହରିବୋଲ, ହୁଳହୁଳି ଶବ୍ଦରେ ଫାଟି ପଡୁଛି ସାରା ଅଞ୍ଚଳ । ଶହ ଶହ ଭକ୍ତ ଭାବବିହ୍ୱଳ ହେବା ସହିତ…

57 mins ago

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ

ରଥଯାତ୍ରାକୁ ନେଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସମୀକ୍ଷା ବୈଠକ। ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ…

1 hour ago

ସରପଞ୍ଚ ହେବା ପୂର୍ବରୁ ମୂଲ ଲାଗୁଥିଲେ, ଆଉ ଏବେବି ଶ୍ରମିକମାନଙ୍କ ସହ ମିଶି କରୁଛନ୍ତି ସେହି କାମ

ନୂଆପଡା(କେନ୍ୟୁଜ): ସାଧାରଣତଃ ନିର୍ବାଚନରେ ବିଜୟୀ ହେବା ପରେ ପ୍ରାୟତଃ ଜନପ୍ରତିନିଧିମାନେ ପ୍ରଚୁର ଅର୍ଥ ଉପାର୍ଜନ କରି ଗାଡି ଓ ବଙ୍ଗଳା…

1 hour ago