ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନିଜ ଜମିରେ ବର୍ଷାରେ ଭିଜି ହଳ କରିବା ସହିତ ଲଗାଇଲେ ଧାନ ଗଛ

ନବରଙ୍ଗପୁର: ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ହାତରେ ହଳ ଲଙ୍ଗଳ ଓ କାଦୁଅ ଜମିରେ ଚାଷୀ ପୁଅ ଅବତାରରେ ଦେଖିବାକୁ ମିଳିଲେ ବିଧାୟକ। କେତେବେଳେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଦ ଧୋଇ ତ, କେତେବେଳେ ଖରାପ ରାସ୍ତାକୁ ନିଜେ କୋଦାଳ ଧରି ମରାମତି କରି। ନିଜ ନିଆରା ଅନ୍ଦାଜରେ ଜନ ସେବା କରି ଚର୍ଚ୍ଚା ସାଉଁଟିଥିବା ବିଧାୟକ ଏବେ ଆଉ ଏକ ଭିନ୍ନ ରୂପରେ ।

mlaନିଜ ଜମିରେ ହଳ କରିବା ସହିତ ଧାନ ଗଛ ଲଗାଇ ଚର୍ଚ୍ଚା ସାଉଁଟିଲେ ବିଧାୟକ । ନିଜ ପୈତୃକ ସମ୍ପତ୍ତି ଜମିରେ ହଳ ଲଙ୍ଗଳ ଧରି ଚାଷ କରିବା ସହିତ ଜମିରେ ଅନ୍ୟ ମୂଲିଆଙ୍କ ସହିତ ମିଶି ଧାନ ଗଛ ଲଗାଇଛନ୍ତି ବିଧାୟକ । ବିଧାୟକ ନିଜେ ଜମିରେ ହଳ ଲଙ୍ଗଳ କରି ଧାନ ଗଛ ଲଗାଉଥିବାର ଖବର ପ୍ରଚାର ହେବାପରେ ଆଗ୍ରହ ବଶତଃ କିଛି ଲୋକ ବିଧାୟକ ହଳ କରୁଥିବା ସମୟରେ ଭିଡିଓ ଉତ୍ତୋଳନ କରିଥିଲେ । ଯାହା ପ୍ରବଳ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାୟକଙ୍କ କହିବାନୁଯାଇ ତାଙ୍କ ପୈତୃକ ସମ୍ପତିରେ ପ୍ରାୟ ୨୫ ଏକର ଜମି ରହିଛି । ଚଳିତ ବର୍ଷ ବିଳମ୍ବରେ ବର୍ଷା ହେତୁ କିଛି ଜମିରେ ପାଣି ଅଭାବରୁ ଚାଷ ନ ହୋଇ ପଡିରହିଥିଲା ।

mlaବର୍ତ୍ତମାନ ବର୍ଷା ହେବା ଫଳରେ ସେଥିରେ ପାଣି ଜମିଥିଲା ଓ ଚାଷ ଉପଯୋଗୀ ହୋଇପାରିଥିଲା । କିନ୍ତୁ ସେହି ଜମିକୁ ପାୱାର ଟିଲର କିମ୍ବା ଟ୍ରାକ୍ଟର ପହଞ୍ଚି ପାରୁନଥିଲା । ତେଣୁ ଜମିରେ ମୂଲ ଲାଗିଥିବା ଅନ୍ୟ ମୂଲିଆଙ୍କ ସହିତ ମିଶି ଚାଷ କରିଥିଲେ ବିଧାୟକ । ବର୍ଷାକୁ ଖାତିର ନ କରି ଜମିରେ ହଳ କରି ଧାନ ଗଛ ଲଗାଇଥିଲେ ବିଧାୟକ । ବର୍ତ୍ତମାନ ସରକାର କୃଷି କ୍ଷେତ୍ରଉପରେ ଗୁରୁତ୍ୱ ଦେଉଥିବା ବେଳେ ଯଦି ଯୁବ ବର୍ଗ ମଧ୍ୟ ଚାଷ ଉପରେ ଆଗ୍ରହ ଦେଖାନ୍ତି ତେବେ ସ୍ୱ-ରୋଜଗାର ହେବା ସହିତ ଦେଶ ର ଅର୍ଥନୀତି ସୁଦୃଢ଼ ହୋଇପାରିବ ବୋଲି କହିଛନ୍ତି ବିଧାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.