ପୁଣି ୨୫ଲକ୍ଷ ଟଙ୍କାର ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଜବତ କଲା ମୋହନା ପୋଲିସ୍, ୨ ଗିରଫ

ମୋହନା: ଗଜପତି ଜ଼ିଲ୍ଲା ଚାନ୍ଦିପୁଟ ଏବଂ ଲୁହାଗୁଡ଼ି ରାସ୍ତାରେ ପେଟ୍ରୋଲିଙ୍ଗ ବେଳେ କଳାମେରି ଗ୍ରାମ ନିକଟରୁ ଏକ ଟାଟା ଡାୟକର ଗାଡିରେ ୧୩ଟି ପ୍ଲାଷ୍ଟିକ ବ୍ୟାଗରେ ଚାଲାଣ ହେଉଥିବା ୩ କୁଇଣ୍ଟାଲ ୯୧କେଜିର ଗଞ୍ଜେଇ ଜବତ କରିଛି ମୋହନା ପୋଲିସ୍  l ଏହି ଗଞ୍ଜେଇ ଗଜପତି ଜ଼ିଲ୍ଲା ରଣାଲଇ ଗ୍ରାମରୁ ବ୍ରହ୍ମପୁର ଏବଂ ପରେ ଟ୍ରକ ଯୋଗେ ରାଜ୍ୟ ବାହାରକୁ ଚାଲାଣ କରାଯିବାର ଯୋଜନା ଥିବା ପୋଲିସ ସୂଚନା ଦେଇଛି l

ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଆର. ଉଦୟଗିରି ଥାନା ରଣାଲଇ ଗ୍ରାମର ପାଉଲ ପାଣି ଏବଂ ଡ୍ରାଇଭର ଅନୁଗ୍ରହ ଲିମାକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ଗଞ୍ଜେଇର ବଜାର ମୂଲ୍ୟ ଆନୁମାନିକ ୨୫ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l ସୂଚନାଯୋଗ୍ୟ ଯେ, ମୋହନା ଅଞ୍ଚଳର ଅଂଶୁ ନାମକ ଜଣେ ଯୁବକ ଗଞ୍ଜେଇ ମାମଲା ରଫାଦଫା କରିବା ପାଇଁ ଥାନା ଅଧିକାରୀଙ୍କ ନାମ ନେଇ ଟଙ୍କା ମାଗିବାର ଅଡିଓ ଭାଇରଲ ହେବା ପରେ ଜ଼ିଲ୍ଲାର ଅଡବା, ମୋହନା ଏବଂ ଆର. ଉଦୟଗିରି ଥାନା ପକ୍ଷରୁ ଘନଘନ ଚଢ଼ାଉ କରି ଗଞ୍ଜେଇ ଜବତ କରାଯାଉଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକକୁ ଗିରଫ କରିବାରେ ବିଫଳ ହୋଇଛି।

କିଏ ଏଇ ଅଂଶୁ? ତାକୁନେଇ ଅଞ୍ଚଳରେ ଚର୍ଚ୍ଚା । ଅନ୍ୟପଟେ ଡ୍ରଗ୍ସ ମାଫିଆଙ୍କ ସହ ଅଡିଓ ଭାଇରଲ ହେବା ଘଟଣାରେ ଜଳେଶ୍ୱର ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି l ତେବେ ଏହି ଅଂଶୁ ନାମକ ଯୁବକ କ୍ଷେତ୍ରରେ କାହିଁକି ନରମ ମନୋଭାବ ପୋଷଣ କରୁଛି ଗଜପତି ପୋଲିସ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.