ରାଜ୍ୟ

ମାରାତ୍ମକ କର୍କଟ ରୋଗ ଆଗରେ ଜିତିଲା ମୋନାଲିସାଙ୍କ ଆତ୍ମବିଶ୍ବାସ, ମାଟ୍ରିକ ପରୀକ୍ଷାରେ ୮୦% ନମ୍ବର ରଖି ହୋଇଛନ୍ତି ଉତ୍ତୀର୍ଣ୍ଣ

ଜଳେଶ୍ବର: ଦୃଢ ଇଚ୍ଛା ଶକ୍ତି ଏବଂ ଅଦମ୍ଯ ଆତ୍ମବିଶ୍ବାସ ଆଗରେ ହାର ମାନିଥାଏ ସବୁ ପ୍ରତିବନ୍ଧକ । କ୍ଯାନସର ରୋଗରେ ପିଡୀତ ହୋଇ ମଧ୍ଯ ଅସହ୍ଯ କଷ୍ଟ ଯନ୍ତ୍ରଣାକୁ ପଛରେ ପକାଇ ମାଟ୍ରିକ ପରୀକ୍ଷା ଦେବା ପରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜୁଆରି ଗ୍ରାମର ବାସିନ୍ଦା ହେଉଛନ୍ତି ଅଜୟ କୁମାର ମଣ୍ତଳ। ତାଙ୍କର ଦୁଇ ଝିଅ ମଧ୍ଯ ରୁ ସାନ ଝିଅ ହେଉଛି ମୋନାଲିସା ମଣ୍ତଳ । ଅତ୍ଯନ୍ତ ଗରୀବ ପରିବାର ର ହୋଇଥିଲେ ମଧ୍ଯ ପିଲା ମାନଙ୍କୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରାଇବା ପାଇଁ ଦିନରାତି ଏକ କରି ଦେଇଥିଲେ। ମାତ୍ର ଦଇବ ଦାଉ ସାଧିଲା ଭଳି ୨୦୧୮ ମସିହାରେ ସାନଝିଅ ମୋନାଲିସାକୁ ଗ୍ରାସ କଲା ମାରାତ୍ମକ କର୍କଟ ରୋଗ। ନିଜର ସମସ୍ତ ସମ୍ବଳ ବିକ୍ରି କରି ଝିଅର ଚିକିତ୍ସା କରାଇଲେ ଅଜୟ ।

ମୋନାଲିସା ଜଣେ ମେଧାବୀ ଛାତ୍ରୀ। ସେ ବିଦ୍ଯାଳୟରେ ସବୁ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥାନ୍ତି।  ତେବେ କ୍ଯାନସର ଆକ୍ରାନ୍ତ ହେବାପରେ ମୋନାଲିସାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ଭାବରେ ଅକାମୀ ହୋଇଗଲା ।ତେବେ ମୋନାଲିସାଙ୍କ ପାଠପଢା ରେ ଆଗ୍ରହ ଥିବାରୁ ପରିବାର ଲୋକଙ୍କ ବାରଣ ସତ୍ତ୍ବେ ବାମ ହାତ ରେ ପରୀକ୍ଷା ଦେଇ ୬୦୦ ରୁ ୪୮୦ ନମ୍ବର ରଖି ପାସ କରିଛନ୍ତି ।

ଅଜୟ ଜଣେ ଗରୀବ ଚାଷୀ ହୋଇଥିବା ରୁ ମୋନାଲିସାର ଆରୋଗ୍ଯ ପାଇଁ ଘରର ସମସ୍ତ ସମ୍ବଳ ବିକ୍ରି କରି ଖର୍ଚ୍ଚ କରି ସାରିଲେଣି। ମାତ୍ର ରୋଗ ଭଲ ହେବା ପରିବର୍ତ୍ତେ ଦିନ କୁ ଦିନ ଜଟିଳ ହେବାରେ ଲାଗିଛି। କ୍ଯାନସରର କଷ୍ଟ ଯନ୍ତ୍ରଣା ସହିନପାରି ଦିନରାତି ଖଟିଆରେ ପଡି ରହୁଛନ୍ତି ମୋନାଲିସା। ଝିଅ ର ଏପରି ଅବସ୍ଥା ଦେଖି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ମୋନାଲିସାରଙ୍କୁ ଯଦି ସରକାରଙ୍କ କୌଣସି ସହାୟତା ମିଳନ୍ତା କିମ୍ବା କୌଣସି ବଦାନ୍ଯ ବ୍ଯକ୍ତି ମୋନାଲିସାଙ୍କ କ୍ଯାନସର ଭଲ କରିବା ପାଇଁ ସହାୟତା କରନ୍ତି, ତାହାଲେ ମୃତ୍ଯୁ ସହ ସଙ୍ଗ୍ରାମ କରୁଥିବା ମୋନାଲିସାଙ୍କ ଜୀବନ ବଞ୍ଚିଯିବା ସହ ତାଙ୍କର ଶିକ୍ଷୟତ୍ରୀ ହେବାର ସ୍ବପ୍ନ ସାକାର ହୋଇ ପାରନ୍ତା।

MONALISHA MANDAL

mob – 9178023669

Bank Account No 36322634323,  IFSC SBIN0006413

Sonalisa

Recent Posts

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

3 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago