ମାରାତ୍ମକ କର୍କଟ ରୋଗ ଆଗରେ ଜିତିଲା ମୋନାଲିସାଙ୍କ ଆତ୍ମବିଶ୍ବାସ, ମାଟ୍ରିକ ପରୀକ୍ଷାରେ ୮୦% ନମ୍ବର ରଖି ହୋଇଛନ୍ତି ଉତ୍ତୀର୍ଣ୍ଣ

ଜଳେଶ୍ବର: ଦୃଢ ଇଚ୍ଛା ଶକ୍ତି ଏବଂ ଅଦମ୍ଯ ଆତ୍ମବିଶ୍ବାସ ଆଗରେ ହାର ମାନିଥାଏ ସବୁ ପ୍ରତିବନ୍ଧକ । କ୍ଯାନସର ରୋଗରେ ପିଡୀତ ହୋଇ ମଧ୍ଯ ଅସହ୍ଯ କଷ୍ଟ ଯନ୍ତ୍ରଣାକୁ ପଛରେ ପକାଇ ମାଟ୍ରିକ ପରୀକ୍ଷା ଦେବା ପରେ ୮୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜୁଆରି ଗ୍ରାମର ବାସିନ୍ଦା ହେଉଛନ୍ତି ଅଜୟ କୁମାର ମଣ୍ତଳ। ତାଙ୍କର ଦୁଇ ଝିଅ ମଧ୍ଯ ରୁ ସାନ ଝିଅ ହେଉଛି ମୋନାଲିସା ମଣ୍ତଳ । ଅତ୍ଯନ୍ତ ଗରୀବ ପରିବାର ର ହୋଇଥିଲେ ମଧ୍ଯ ପିଲା ମାନଙ୍କୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରାଇବା ପାଇଁ ଦିନରାତି ଏକ କରି ଦେଇଥିଲେ। ମାତ୍ର ଦଇବ ଦାଉ ସାଧିଲା ଭଳି ୨୦୧୮ ମସିହାରେ ସାନଝିଅ ମୋନାଲିସାକୁ ଗ୍ରାସ କଲା ମାରାତ୍ମକ କର୍କଟ ରୋଗ। ନିଜର ସମସ୍ତ ସମ୍ବଳ ବିକ୍ରି କରି ଝିଅର ଚିକିତ୍ସା କରାଇଲେ ଅଜୟ ।

ମୋନାଲିସା ଜଣେ ମେଧାବୀ ଛାତ୍ରୀ। ସେ ବିଦ୍ଯାଳୟରେ ସବୁ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥାନ୍ତି।  ତେବେ କ୍ଯାନସର ଆକ୍ରାନ୍ତ ହେବାପରେ ମୋନାଲିସାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ଭାବରେ ଅକାମୀ ହୋଇଗଲା ।ତେବେ ମୋନାଲିସାଙ୍କ ପାଠପଢା ରେ ଆଗ୍ରହ ଥିବାରୁ ପରିବାର ଲୋକଙ୍କ ବାରଣ ସତ୍ତ୍ବେ ବାମ ହାତ ରେ ପରୀକ୍ଷା ଦେଇ ୬୦୦ ରୁ ୪୮୦ ନମ୍ବର ରଖି ପାସ କରିଛନ୍ତି ।

monaଅଜୟ ଜଣେ ଗରୀବ ଚାଷୀ ହୋଇଥିବା ରୁ ମୋନାଲିସାର ଆରୋଗ୍ଯ ପାଇଁ ଘରର ସମସ୍ତ ସମ୍ବଳ ବିକ୍ରି କରି ଖର୍ଚ୍ଚ କରି ସାରିଲେଣି। ମାତ୍ର ରୋଗ ଭଲ ହେବା ପରିବର୍ତ୍ତେ ଦିନ କୁ ଦିନ ଜଟିଳ ହେବାରେ ଲାଗିଛି। କ୍ଯାନସରର କଷ୍ଟ ଯନ୍ତ୍ରଣା ସହିନପାରି ଦିନରାତି ଖଟିଆରେ ପଡି ରହୁଛନ୍ତି ମୋନାଲିସା। ଝିଅ ର ଏପରି ଅବସ୍ଥା ଦେଖି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି। ମୋନାଲିସାରଙ୍କୁ ଯଦି ସରକାରଙ୍କ କୌଣସି ସହାୟତା ମିଳନ୍ତା କିମ୍ବା କୌଣସି ବଦାନ୍ଯ ବ୍ଯକ୍ତି ମୋନାଲିସାଙ୍କ କ୍ଯାନସର ଭଲ କରିବା ପାଇଁ ସହାୟତା କରନ୍ତି, ତାହାଲେ ମୃତ୍ଯୁ ସହ ସଙ୍ଗ୍ରାମ କରୁଥିବା ମୋନାଲିସାଙ୍କ ଜୀବନ ବଞ୍ଚିଯିବା ସହ ତାଙ୍କର ଶିକ୍ଷୟତ୍ରୀ ହେବାର ସ୍ବପ୍ନ ସାକାର ହୋଇ ପାରନ୍ତା।

MONALISHA MANDAL

mob – 9178023669

Bank Account No 36322634323,  IFSC SBIN0006413

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.