Below header

ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କରୋନା ପଜିଟିଭ୍

ଖୋର୍ଦ୍ଧା: ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କରୋନା ଆକ୍ରାନ୍ତ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି । ରାପିଡ୍ ଟେଷ୍ଟ ପରେ ସ୍ପଷ୍ଟ କଲା ସ୍ବାସ୍ଥ୍ଯ ବିଭାଗ । ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ସୂଚନା ଥାଉକି, ଗତକାଲି ମୁଖ୍ଯମନ୍ତ୍ରୀଙ୍କ ଅଆହ୍ବାନ କ୍ରମେ ହୋଇଥିବା ନିରବ ପ୍ରାର୍ଥନା ସଭାରେ ସେ ଯୋଗ ଦେଇଥିଲେ । ଏହାସହ ଗତ ମଙ୍ଗଳବାର ଦିନ ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଦାୟିତ୍ବ ଗ୍ରହଣ କରିବା ଅବସରରେ ସେ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଯାହାକୁ ଅନୁଧ୍ଯାନ କଲେ ଲାଗୁଛି କି ଏସପି ଅଜୟ ପ୍ରତାପ ସ୍ବାଇଁ ଅନେକଙ୍କ ସଂସ୍ପର୍ଶରେ ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.