ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏହି ଉପହାର ଦେବାକୁ ପ୍ରତିଶ୍ରୁତି ଦେଲେ ପିଭି ସିନ୍ଧୁ, ଟ୍ଵିଟ୍‌ କରି ଦେଲେ ସୂଚନା

ସୋମବାର ଦିନ ସାରା ଦେଶରେ ପାଳିତ ହୋଇଛି ଭାଇଭଉଣୀଙ୍କ ପର୍ବ ରାକ୍ଷୀପୂର୍ଣ୍ଣିମା। ଏ ଅବସରରେ ଦେଶର ଷ୍ଟାର ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭକାମନା ଜଣାଇଛନ୍ତି। ଏଥିସହ ସେ ମୋଦିଙ୍କୁ ଏକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଅଲମ୍ପିକରେ ପଦକ ଜିତିଥିବା ସିନ୍ଧୁ ଏକ ଭିଡିଓ ଟ୍ଵିଟ୍‌ କରି କହିଛନ୍ତି ‘ଶୁଭ ସନ୍ଧ୍ୟା ସାର। ରାକ୍ଷୀ ପୂର୍ଣ୍ଣିମା ପାଇଁ ଶୁଭ କାମନା ଜଣାଉଛି। ଆପଣ ଦେଶ ପାଇଁ ଏତେ କାମ କରୁଥିବାରୁ ଆପଣଙ୍କ ନିକଟରେ ଆମେ ଋଣୀ। କୋଭିଡ-୧୯ ଯୋଗୁ ଏବର୍ଷ ଅଲମ୍ପିକ ହୋଇପାରୁନାହିଁ। କିନ୍ତୁ ଆସନ୍ତାବର୍ଷ ହେବ ବୋଲି ଆମେ ଆଶା କରୁଛୁ। ଏକ ଉପହାରଭାବେ ଆମେ ଆପଣଙ୍କୁ ଏକ ପଦକ ଦେଇପାରିବୁ’।

ସିନ୍ଧୁଙ୍କ ଏହି ଟ୍ଵିଟ୍‌ର ଉତ୍ତରରେ ମୋଦି ଧନ୍ୟବାଦ ଲେଖିଛନ୍ତି। ଏଥିସହ ମୋଦି ଲେଖିଛନ୍ତି ଯେ ତୁମେ ଦେଶକୁ ବହୁତ ଉପହାର ଦେଇଛ ଓ ଏହି ଧାରା ଜାରି ରହିବ ବୋଲି ମୁଁ ଆଶା କରୁଛି। ତୁମ ପାଇଁ ସମସ୍ତ ଭାରତୀୟ ଗର୍ବିତ।

ତେବେ ରାକ୍ଷୀ ପୂର୍ଣ୍ଣିମା ଅବସରରେ କେବଳ ପିଭି ସିନ୍ଧୁ ନୁହେଁ ବରଂ ଅନ୍ୟ ଷ୍ଟାର ଓ ଆଗଧାଡ଼ିର ଖେଳାଳି ଯଥା ମେରି କମ୍‌, ପିଟି ଉଷା, ହିମା ଦାସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.