ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୮୧୯ ସ୍ଥାନ ଅଧିକାର କଲେ କନ୍ଧମାଳର ବିଭୁତି, ଛୁଟୁଛି ଶୁଭେଚ୍ଛାର ସୁଅ

ଦାରିଙ୍ଗବାଡ଼ି(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ତାଞ୍ଜୁଙ୍ଗିଆ ପଞ୍ଚାୟତ କଳିଙ୍ଗ ଗ୍ରାମର ବିଭୁତି ଭୁଷଣ ନାୟକ । ଚଳିତ ବର୍ଷର ୟୁନିୟନ ପବ୍ଳିକ ସର୍ଭିସ୍ କମିଶନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ୮୧୯ ସ୍ଥାନ ହାସଲ କରିଛନ୍ତି।  ଗତ ୨୦୧୯ ରେ ମଧ୍ୟ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ଇଣ୍ଡିଆନ୍ ଡିଫେନ୍ସ ସର୍ଭିସରେ ତାଲିମ ନେଉଛନ୍ତି । ତାଙ୍କ ବାପା ଆଲିଆସ୍ ନାୟକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ ମା ପ୍ରେମଲତା ନାୟକ ଅଙ୍ଗନବାଡି କର୍ମୀ ଅଛନ୍ତି । ପ୍ରଥମ ଶେଣୀରୁ ପଞ୍ଚମ ଶ୍ରେଣୀ ନିଜ ଗାଁ କାଲିଙ୍ଗୀ ସରକାରୀ ୟୁପି ସ୍କୁଲରେ ପାଠପଢିବା ପରେ ଦାରିଙ୍ଗବାଡ଼ି ସରୋଜିନୀନାଉଡ଼ରେ ଦଶମ ଶ୍ରେଣୀ ଉର୍ଣ୍ଣତି ହୋଇଥିଲେ।

ପରେ ଭୁବନେଶ୍ଵର ରାଜଧାନୀ କଲେଜରୁ ସ୍ନାତକ ପାସ କରିବା ପରେ ମୁମ୍ବାଇ ସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ଗବେଷକ ଭାବେ କାର୍ଯ୍ୟ କରୁଥିବା ବେଳେ ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ମଧ୍ୟ କରିଥିଲେ। ନାୟକଙ୍କ ସଫଳତା ପାଇଁ ଏବେ କନ୍ଧମାଳ ଉତ୍ସାହିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.