Below header

ଭିଡିଓ ଏମିତି ନିଜ ଆଖିରେ ଦେଖିଲେ ବି ବିଶ୍ୱାସ କରିପାରିବେ ନାହିଁ, ଶୁଆ ମରିଗଲା ପରେ ତାର ଅଣ୍ଡାରୁ ନିଜେ ଛୁଆ ଫୁଟାଇ ବଡ କଲେ ଏହି ବ୍ୟକ୍ତି

ଖାଲି ପିଲାଟିଏ ଜନ୍ମ କଲେ ହିଁ ଜଣେ ମା ହୋଇପାରିବ ତା ନୁହେଁ ନିଜେ ଜନ୍ମ ନକରିବି ଗୋଟେ ଭଲ ମା’ ହୋଇପାରିଥିବାର ପ୍ରମାଣ ଆମେ ପୁରାଣ ଯୁଗରୁ ଦେଖିଆସୁଛେ । ଏଇ ଯେମିତି ଯଶୋଦାଙ୍କୁ ଦେଖିନିଅନ୍ତୁ । ସେ ଶ୍ରୀକୃଷ୍ନଙ୍କୁ ଜନ୍ମ ନକରିବି ତାଙ୍କର ମା ହୋଇ ପାରିଥିଲେ । ମା’ର ମମତା ସାଙ୍ଗରେ ଦୁନିଆର କୌଣସି ଜିନିଷକୁ ବି ତୁଳନା କରିହେବ ନାହିଁ ଏକଥା ସମସ୍ତେ ଜାଣନ୍ତି । ଏହାଠାରୁ ବି ଆଉ ଗୋଟିଏ ବଡ଼ ସତ ହେଉଛି ଦୁନିଆର ସବୁ ମଣିଷଙ୍କ ଭିତରେ ଗୋଟିଏ ମା ଲୁଚିକି ରହିଥାଏ । ଏହା ସେତେବେଳେ ସାମ୍ନାକୁ ଯେତେବେଳେ କାହାର ଲାଳନପାଳନ କରିବାର ଦାୟିତ୍ତ୍ୱ ନିଜ ଉପରକୁ ଆସେ । ଲାଳନପାଳନ ଅର୍ଥ ଖାଲି ମଣିଷଛୁଆ ନୁହେଁ ବେଳେବେଳେ ଆମେ ପାଳିଥିବା କୁକୁର, ବିଲେଇ କିମ୍ବା ଯେକୌଣସି ପଶୁପକ୍ଷୀଙ୍କୁ ବି ଆମେ ନିଜର ଛୁଆ ପରି ସ୍ନେହ କରିଥାଉ । ତେବେ ଆଜି ଏହିସବୁ କଥା କହିବାର ଅର୍ଥ ହେଉଛି ନିକଟରେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଗୋଟେ ଭିଡିଓ । ଏହି ଭିଡ଼ିଓଟି ଏମିତି ଯେ ଆପଣ ଏହାକୁ ନିଜ ଆଖିରେ ଦେଖିସାରିବା ପରେ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଆପଣଙ୍କ ମନରେ ତାପରେ ବି ସନ୍ଦେହ ରହିବ ଯେ କଣ ସତରେ ଏହା ସମ୍ଭବ..?


ଇଣ୍ଟରନେଟରେ ଗୋଟେ ଏମିତି ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ମା ହୋଇ ଏକ ଶୁଆର ଛୁଆକୁ ପାଳିପୋଷି ବଡ କରିଛନ୍ତି । କାରଣ ଏହି ଶୁଆ ଛୁଆଟିର ମା ଅଣ୍ଡା ଦେବା ପରେ ମରିଯାଇଥିଲା । ଛୁଆଟିକୁ ଅଣ୍ଡାରୁ ଫୁଟାଇ ବାହାର କରିବା ଠାରୁ ତାକୁ ବଡ଼ କରିବା ପର୍ଯ୍ୟନ୍ତ ସବୁର ଭିଡିଓ ଆଖି ସାମ୍ନାରେ ରହିଛି । ତଥାପି ଏହାକୁ ବିଶ୍ୱାସ କରିହେଉନାହିଁ । ଥରେ ଦେଖନ୍ତୁ ତ ଏହି ଅଣ୍ଡାରୁ ବାହାରିଥିବା ଛୁଆକୁ ଦେଖିଲେ କଣ ଆପଣଙ୍କୁ ଲାଗୁଛି ଏହି ଛୁଆଟି ତା ମା ବିନା ଜୀଵିତ ରହିପାରିବ ? ଆଜ୍ଞା ହଁ ତାକୁ ବଞ୍ଚାଇ ରଖିଛନ୍ତି ଏହି ବ୍ୟକ୍ତି ଜଣକ । ଦେଖନ୍ତୁ କିପରି ତାକୁ ଖୁଆଉଛନ୍ତି ..କିପରି ତାର ଯତ୍ନ ନେଉଛନ୍ତି , ସତେ ଯେମିତି ନିଜ ଛୁଆକି ? 2 ମିନିଟ 20 ସେକେଣ୍ଡର ଏହି ଭିଡିଓରେ ବ୍ୟକ୍ତି ଜଣକ ଦେଖାଇଛନ୍ତି କିପରି ସେ ଛୁଆଟିକୁ ଅଣ୍ଡାରୁ ଫୁଟାଇ ତାକୁ ପାଳିପୋଷି ବଡ କରିଛନ୍ତି । ଏମିତିକି ସେହି ଛୁଆଟି ବର୍ତ୍ତମାନ ଗୋଟିଏ ଶୁଆରେ ପରିଣତ ହୋଇ ଉଡିବାରେ ଲାଗିଲାଣି । ଏହି ଭିଡିଓକୁ ଦେଖିବା ପରେ ଲୋକମାନେ ଟିକିଏ ଇମୋସନାଲ ହୋଇପଡିଛନ୍ତି । ସତ କହିବାକୁ ଗଲେ କିଛି ଲୋକ ତ ଏହାକୁ ବିଶ୍ୱାସ ବି କରିପାରୁନାହାନ୍ତି । ଆଜ୍ଞା ହଁ ଏହା ସତ । ଯାହା କୁହନ୍ତୁ ବ୍ୟକ୍ତି ଜଣକ କେବଳ ଗୋଟେ ଅଣ୍ଡାକୁ ପକ୍ଷୀରେ ପରିଣତ କରିନାହାନ୍ତି ବରଂ ସେ ଏକ ଚମତ୍କାର କରି ଦେଖାଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.