ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଟେନ୍‌ସନ୍‌, ବିହାରରେ ରୁଜୁ ହୋଇଥିବା ମାମଲାକୁ ପୁନଃରେଜିଷ୍ଟର କରିବ ସିବିଆଇ

ବିହାର ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ବୁଧବାର ଦିନ ସିବିଆଇକୁ ଦେଇଛନ୍ତି। ଏହି ମାମଲାର ତଦନ୍ତ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ସିବିଆଇ ତରଫରୁ କୁହାଯାଇଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ବିହାରରେ ରେଜିଷ୍ଟର କରିଥିବା ମାମଲାକୁ ଆଉ ଥରେ ରେଜିଷ୍ଟର କରିବାକୁ ସିବିଆଇ ଇଚ୍ଛା ପ୍ରକାଶ କରିଥିବା କହିଛି।

SushantSuicide: Police question Rhea on her alleged break-up, his ...

ସିବିଆଇ ଟିମ୍‌ ପାଟନା ଗସ୍ତ କରି କେସ୍‌ ଫାଇଲ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଆଣିବ ବୋଲି କୁହାଯାଉଛି। ଏହି ମାମଲାରେ ରିୟାଙ୍କୁ ପୁଣିଥରେ ସମନ୍‌ ଜାରି ହୋଇପାରେ। ମାତ୍ର ଏହା ପୂର୍ବରୁ ସୁଶାନ୍ତ ସିଂହ ରାଜପୁତ ମାମଲାର ଅନ୍ୟ ପ୍ରମାଣ ସବୁ ସିବିଆଇ ଯୋଗାଡ଼ କରିବ।

Rhea Chakraborty Wiki, Age, Height, Boyfriend, Family, Biography ...

ତେବେ ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ବାପା ରୁଜୁ କରିଥିବା ମାମଲା ବ୍ୟତୀତ ଇଡି ତରଫରୁ ଟଙ୍କା ହେରଫେର କରିଥିବା ନେଇ ମଧ୍ୟ ମାମଲା ରୁଜୁ କରାଯାଇଛି। ଏଣୁ ସିବିଆଇ ତଦନ୍ତ ହେଲେ ରିୟାଙ୍କ ସମସ୍ୟା ବଢ଼ିବ ବୋଲି ସ୍ପଷ୍ଟ ହୋଇଛି। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେଲେ ଅନେକ ଗୁମରର ପର୍ଦ୍ଦାଫାସ୍‌ ହେବ ବୋଲି ଫ୍ୟାନ୍‌ମାନେ ଆଶା ବାନ୍ଧିଛନ୍ତି। ଏବେ ଏହି ମାମଲାରେ ଅର୍ବାଜ ଖାଁ, ଆଦିତ୍ୟ ଠାକରେ, ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିତ ଚକ୍ରବର୍ତ୍ତୀଙ୍କ ନାଁ ଯୋଡ଼ି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.