Categories: ରାଜ୍ୟ

ରାଜ୍ୟରେ ବିଜେପି ପାଇଁ କିଏ ନିର୍ଣ୍ଣୟ କରିବେ ପ୍ରାର୍ଥୀ, ହାଇକମାଣ୍ଡ ନା ଧର୍ମେନ୍ଦ୍ର ?

ବଢୁଛି ପୁରୁଣା ନୂଆ ବିଜେପି ବିବାଦ । ବିଶେଷ କରି ଯାଜପୁର ଜିଲ୍ଲାରେ ବିବାଦ ତେଜିବାରେ ଲାଗିଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରୀରେ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ବରୀ ବିଧାନସଭା ଆସନ ପାଇଁ ବିଶ୍ୱ ରଂଜନ ମଲ୍ଲିକ ଙ୍କର ନାମ ଘୋଷଣା କରିଥିଲେ । ବିଜେପିର ନୂଆ ପୁରୁଣା ବିବାଦ ଉଗ୍ର ହେବାକୁ ଦାନା ଦେଇଛି ଧର୍ମେନ୍ଦ୍ରଙ୍କ ଏହି ଖୋଲାଖୋଲି ପ୍ରାର୍ଥୀ ଘୋଷଣା ମନ୍ତବ୍ୟ । କେନ୍ଦ୍ର ମନ୍ତ୍ରୀ କହିଥିଲେ ବିଶ୍ୱ ହେଉଛନ୍ତି ନରେନ୍ଦ୍ର ମୋଦିଙ୍କ ପ୍ରାର୍ଥୀ ତାଙ୍କୁ ଭାଇମାନେ ଏମଏଲଏ କରିବେ ନାଁ ନାହିଁ ବୋଲି ଦମ୍ଭୋକ୍ତି ବାଢିଥିଲେ । ତେବେ ମନ୍ତ୍ରୀଙ୍କ ଏଭଳି ପ୍ରାର୍ଥୀତ୍ୱ ଘୋଷଣା ପକ୍ରିୟାକୁ ତୀବ୍ର ବିରୋଦ କରିଛନ୍ତି ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ପୁରୁଣା କାଯ୍ୟକର୍ତ୍ତା ।

ତେବେ ଆସନ୍ତୁ ନଜର ପକାଇବା ବିଜେପି ର ସମ୍ବିଧାନ ଉପରେ । ବିଜେପି ଦଳରେ କିଭଳି ଚୟନ କରାଯାଏ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ । କଣ ରହିଛି ନିୟମ ? ବିଜେପି ର ସମ୍ବିଧାନ କହୁଛି ପ୍ରଥମେ ରାଜ୍ୟ ନିର୍ବାଚନ କମିଟି ପ୍ରାର୍ଥୀଙ୍କ ନାମ କେନ୍ଦ୍ର ନିର୍ବାଚନ କମିଟି ନିକଟକୁ ପଠାଇଥାଏ । ଏହାପରେ କେନ୍ଦ୍ର ନିର୍ବାଚନ କମିଟି ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀଙ୍କ ନାମ ବିଧିବଦ୍ଦ ଭାବେ ଘୋଷଣା କରିଥାଏ । ଏବେ ପ୍ରଶ୍ନ ଉଠୁଛି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱ ମଲ୍ଲିକ ଙ୍କ ନାମ କୁ କିଭଳି ଖୋଲାଖୋଲି ଭାବେ ଘୋଷଣା କଲେ? ।ରାଜ୍ୟ ନିର୍ବାଚନ କମିଟି ର ବୈଠକ ଏପଯ୍ୟର୍ନ୍ତ ବସି ନାହିଁ କି ପ୍ରାର୍ଥୀଙ୍କ ନାମ କେନ୍ଦ୍ର ନିର୍ବାଚନ କମିଟି କୁ ପଠାଯାଇ ନାହିଁ ।ଏଭଳି ଘୋଷଣା ପଛରେ କଣ ରହିଛି କାରଣ ତାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି ।

ନିକଟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନଙ୍କୁ ବିରୋଧ କରି ଯାଜପୁର ଜିଲ୍ଲାର ମଣ୍ଡଳ ସଭାପତି ମାନେ ରାଜ୍ୟ ବିଜେପି କାଯ୍ୟାର୍ଳୟ ସମ୍ମୁଖରେ ଧାରଶ ଦେଇଥିଲେ ।ଏହାପରେ ନବୀନ ନିବାସ ଯାଇ ବିଜେଡି ଯୋଗ ଦେଇଥିଲେ

KNews Bureau

Recent Posts

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

13 mins ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

17 mins ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

50 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

1 hour ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

1 hour ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

2 hours ago