ରାଜ୍ୟ

ବିଧାୟକ ମହମ୍ମଦ ମୋକିମଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓଡ଼ିଆ ମାଟିର ଝିଅ ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନରେ ଭୋଟ୍ ଦେଇଥିବା ଘୋଷଣାକୁ ସ୍ୱାଗତ କରିବା ସହ ଟ୍ୱିଟ୍ କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଏନଡିଏ ପକ୍ଷରୁ ଓଡ଼ିଆ ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ପ୍ରତି ସାରା ଦେଶରୁ ସମର୍ଥନର ସୁଅ ଛୁଟିଥିଲା । ରାଜନୈତିକ ମତ ପାର୍ଥକ୍ୟ ଓ ବିରୋଧ ସତ୍ତ୍ୱେ ମୋଦିଙ୍କ ନିଷ୍ପତି ସହ ସାରା ଦେଶର ଅନେକ ରାଜନୈତିକ ଦଳ ସ୍ୱର ମିଳାଇ ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ ସହମତି ପ୍ରକାଶ କରିଥିଲେ । ଆଜି ବିଧାୟକ ଶ୍ରୀ ମୋକିମ ଓଡ଼ିଆ ମାଟିର ଝିଅଙ୍କ ସମର୍ଥନରେ ଭୋଟ୍ ଦେଇଥିବା ଘୋଷଣା କରିଛନ୍ତି, ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

KNews Bureau

Recent Posts

ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ବାରଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ପେଡି । ସକାଳ ୮ଟାରୁ ଆରମ୍ଭ…

41 mins ago

ଶ୍ରୀକ୍ଷେତ୍ର ଭଉଁରୀ ବାଣ ବିସ୍ପୋରଣ ଘଟଣାରେ ୪ ଗିରଫ

ପୁରୀ(କେନ୍ୟୁଜ୍‌) : ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ଗିରଫ । ଗିରଫ ଅଭିଯୁକ୍ତ ବାଣ ବେପାରୀ ଚାରିଛକର ପ୍ରଶାନ୍ତ…

1 hour ago

ଛତିଶଗଡ଼ରୁ ଯାଉଥିଲେ ଜଗା ପାଖକୁ ଅଧାବାଟରୁ ଡାକିନେଲା ଯମ

ଲାଗିଥିଲା କାଳିଆ ଡୋରି । ଭାବିଥିଲେ ଆଜି ଟିକିଏ ପୁରୀ ଯାଇ କାଳିଆ ଦର୍ଶନ କରିବେ । ଆଉ ଦର୍ଶନ…

1 hour ago

ଭୋଟ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା, ବାଜିପାରିବନି ଡିଜେ ଓ ଫୁଟିବନି ବାଣ

ପୁରୀ(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ ସେନେଇ…

2 hours ago

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ…

3 hours ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

3 hours ago