ସୁବର୍ଣ୍ଣପୁର: ହାତରେ ରୋଷେଇ ଶାଳାର ସାମଗ୍ରୀ ନୁହେଁ ବରଂ ଅଛି ଟ୍ରାକ୍ଟର ଷ୍ଟିୟରିଙ୍ଗ । ଗାଡି ଷ୍ଟାର୍ଟ କଲାମାତ୍ରେ ଗାଁ ଗାଁକୁ ଗଡୁଛି ଟ୍ରାକ୍ଟର ଚକ । ଘରକୁ ଘର ବୁଲୁଛନ୍ତି ଆଉ କରୁଛନ୍ତି ଭୋଟଭିକ୍ଷା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ । କାରଣ ଆମେ ଏଭଳି ଏକ ପ୍ରାର୍ଥୀ କଥା କହୁଛୁ ଯିଏକି ଏହିଭଳି ଏକ ନିଆରା ଢଙ୍ଗରେ କରୁଛନ୍ତି ଭୋଟ ପ୍ରଚାର । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ଏବେ ପ୍ରାର୍ଥିନୀ ହୋଇଛନ୍ତି ସୋନାଲି ବିଶି ।
ସେ ଜଣେ ଉଚ୍ଚଶିକ୍ଷିତା ବୋହୂ ଏବେ ସେ ଘରର ରୋଷେଇ କାମରୁ ଫୁରସତ୍ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଚାଷ ଓ ଚାଷୀର ଜିଲ୍ଲାରେ ସବୁବେଳେ ଚାଷୀଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜନିତି କରୁଥିବା ବେଳେ ପ୍ରକୃତରେ ଚାଷୀମାନେ କିଭଳି ଶୋଷଣର ଶିକାର ହେଉଛନ୍ତି । ତାଙ୍କ ଫସଲ ଉଜୁଡ଼ିବା ପରେ କେଉଁ କେଉଁ ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ତାର ସମସ୍ୟାର ସମାଧାନ କିପରି କରାଯାଇପାରେ ସେନେଇ ସେ ଅଣ୍ଟା ଭିଡିଛନ୍ତି । ଚଳିତ ନିର୍ବାଚନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋନାଲି ବିଶିଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ଏବେ ଏହିଭଳି ଢଙ୍ଗରେ ଭୋଟ ଭିକ୍ଷା କରୁଛନ୍ତି ।
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…