Below header

ଟ୍ରାକ୍ଟର ଚଳାଇ ଗାଁକୁ ଗାଁ ବୁଲୁଛନ୍ତି, ଆଉ କରୁଛନ୍ତି ଭୋଟ ଭିକ୍ଷା

ହାତରେ ରୋଷେଇ ଶାଳାର ସାମଗ୍ରୀ ନୁହେଁ ବରଂ ଅଛି ଟ୍ରାକ୍ଟର ଷ୍ଟିୟରିଙ୍ଗ । ଗାଡି ଷ୍ଟାର୍ଟ କଲାମାତ୍ରେ ଗାଁ ଗାଁକୁ ଗଡୁଛି ଟ୍ରାକ୍ଟର ଚକ । ଘରକୁ ଘର ବୁଲୁଛନ୍ତି ଆଉ କରୁଛନ୍ତି ଭୋଟଭିକ୍ଷା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ ।

ସୁବର୍ଣ୍ଣପୁର: ହାତରେ ରୋଷେଇ ଶାଳାର ସାମଗ୍ରୀ ନୁହେଁ ବରଂ ଅଛି ଟ୍ରାକ୍ଟର ଷ୍ଟିୟରିଙ୍ଗ । ଗାଡି ଷ୍ଟାର୍ଟ କଲାମାତ୍ରେ ଗାଁ ଗାଁକୁ ଗଡୁଛି ଟ୍ରାକ୍ଟର ଚକ । ଘରକୁ ଘର ବୁଲୁଛନ୍ତି ଆଉ କରୁଛନ୍ତି ଭୋଟଭିକ୍ଷା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛିନା କିନ୍ତୁ ଏହି କଥା ସମ୍ପୂର୍ଣ୍ଣ ସତ । କାରଣ ଆମେ ଏଭଳି ଏକ ପ୍ରାର୍ଥୀ କଥା କହୁଛୁ ଯିଏକି ଏହିଭଳି ଏକ ନିଆରା ଢଙ୍ଗରେ କରୁଛନ୍ତି ଭୋଟ ପ୍ରଚାର । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ନିର୍ବାଚନ ମଣ୍ଡଳୀ ପାଇଁ ଏବେ ପ୍ରାର୍ଥିନୀ ହୋଇଛନ୍ତି ସୋନାଲି ବିଶି ।

ସେ ଜଣେ ଉଚ୍ଚଶିକ୍ଷିତା ବୋହୂ ଏବେ ସେ ଘରର ରୋଷେଇ କାମରୁ ଫୁରସତ୍‌ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଚାଷ ଓ ଚାଷୀର ଜିଲ୍ଲାରେ ସବୁବେଳେ ଚାଷୀଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ରାଜନିତି କରୁଥିବା ବେଳେ ପ୍ରକୃତରେ ଚାଷୀମାନେ କିଭଳି ଶୋଷଣର ଶିକାର ହେଉଛନ୍ତି । ତାଙ୍କ ଫସଲ ଉଜୁଡ଼ିବା ପରେ କେଉଁ କେଉଁ ସମସ୍ୟା ଦେଇ ଗତି କରୁଛନ୍ତି ଏବଂ ତାର ସମସ୍ୟାର ସମାଧାନ କିପରି କରାଯାଇପାରେ ସେନେଇ ସେ ଅଣ୍ଟା ଭିଡିଛନ୍ତି । ଚଳିତ ନିର୍ବାଚନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋନାଲି ବିଶିଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ଏବେ ଏହିଭଳି ଢଙ୍ଗରେ ଭୋଟ ଭିକ୍ଷା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.