‘ପୁଷ୍ପା ୨’ର ନୂଆ ପୋଷ୍ଟରକୁ କପି କରିଛନ୍ତି କି ରଶ୍ମିକା ? ଶ୍ରୀବଲ୍ଲି ଦେଲେ ଉତ୍ତର

ରଶ୍ମିକା ମନ୍ଦାନାଙ୍କ ୨୮ ତମ ଜନ୍ମଦିନରେ ନିର୍ମାତା ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଇଥିଲେ । ସେ ଏହି ଫିଲ୍ମରୁ ରଶ୍ମିକାଙ୍କ ନୂଆ ଲୁକ୍ ସେୟାର କରିଥିଲେ, ଯେଉଁଥିରେ ଅଭିନେତ୍ରୀ ନିଜର ପାରମ୍ପାରିକ ଲୁକ୍ ସହିତ ଲୋକଙ୍କ ମନ ଜିତିଥିଲେ । ଏହା ପରେ ଏବେ ରଶ୍ମିକାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ କିଛି ପ୍ରଶଂସକ ରଶ୍ମିକା ମନ୍ଦାନାଙ୍କ ଏହି ଲୁକକୁ ମହେଶ ବାବୁ ଫିଲ୍ମର କପି ବୋଲି କହୁଛନ୍ତି, ଯେଉଁଥିରେ ଅଭିନେତ୍ରୀ ନିଜେ ପ୍ରତିକ୍ରିୟା ସେୟାର କରିଛନ୍ତି ।

୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨’ ଅନ୍ୟତମ । ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଏହି ସମୟରେ ଗତକାଲି ରଶ୍ମିକା ମନ୍ଦାନାଙ୍କ ୨୮ ତମ ଜନ୍ମଦିନରେ ନିର୍ମାତା ଫ୍ୟାନ୍ସଙ୍କୁ ସରପ୍ରାଇଜ୍‌ ଦେଇଥିଲେ । ସେ ଏହି ଫିଲ୍ମରୁ ରଶ୍ମିକାଙ୍କ ନୂଆ ଲୁକ୍ ସେୟାର କରିଥିଲେ, ଯେଉଁଥିରେ ଅଭିନେତ୍ରୀ ନିଜର ପାରମ୍ପାରିକ ଲୁକ୍ ସହିତ ଲୋକଙ୍କ ମନ ଜିତିଥିଲେ । ଏହା ପରେ ଏବେ ରଶ୍ମିକାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ତେବେ କିଛି ପ୍ରଶଂସକ ରଶ୍ମିକା ମନ୍ଦାନାଙ୍କ ଏହି ଲୁକକୁ ମହେଶ ବାବୁ ଫିଲ୍ମର କପି ବୋଲି କହୁଛନ୍ତି, ଯେଉଁଥିରେ ଅଭିନେତ୍ରୀ ନିଜେ ପ୍ରତିକ୍ରିୟା ସେୟାର କରିଛନ୍ତି ।

ଫିଲ୍ମ ‘ପୁଷ୍ପା ୨’ର ଏହି ଫଟୋରେ ରଶ୍ମିକା ମନ୍ଦାନା ସବୁଜ ଶାଢି, କେଶରେ ଜୁଡା ଏବଂ ହାତରେ ସବୁଜ ଓ ନାଲି ରଙ୍ଗର ଚୁଡି ଏବଂ ମୁଣ୍ଡରେ ନାଲି ଟିକିଲି, ଆଖିରେ କାଜଲ ନ୍ୟୁଡ୍‌ ଲିପଷ୍ଟିକ ପିନ୍ଧିଥିବାର ନଜର ଆସିଛନ୍ତି । ଏହା ସହ ରଶ୍ମିକା ମନ୍ଦାନା ତାଙ୍କ ବେକରେ ମଙ୍ଗଲସୁତ୍ର, ଅଣ୍ଟାରେ ଅଣ୍ଟାବିଛା, ନାକରେ ନୋଥ ପିନ୍ଧି ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋରେ ରଶ୍ମିକା ତାଙ୍କ ଆଙ୍ଗୁଠିରେ ବାହାରକୁ ଦେଖୁଥିର ନଜର ଆସିଛନ୍ତି । ରଶ୍ମିକାର ଏହି ଷ୍ଟାଇଲ୍‌ ଲୋକଙ୍କ ମନ ଜିତୁଛି । ସୂଚନା ମୁତାବକ, ରଶ୍ମିକାର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ କିଛି ଲୋକ ତାଙ୍କୁ ମହେଶ ବାବୁଙ୍କ ଫିଲ୍ମ ‘ଗୁଣ୍ଟୁର କରମ’ର କପି ବୋଲି କହିବା ଆରମ୍ଭ କରିଥିଲେ । ପ୍ରଶଂସକମାନେ ତାଙ୍କ ଫିଲ୍ମ ‘ଗୁଣ୍ଟୁର କରମ’ରୁ ମହେଶ ବାବୁଙ୍କର ଏକ ଫଟୋ ବାହାର କରିଥିଲେ, ଯେଉଁଥିରେ ରଶ୍ମିକା ମନ୍ଦାନାଙ୍କ ପରି ପୋଜ୍ କରୁଥିବା ନଜର ଆସିଛନ୍ତି । ୟୁଜସମାନେ ଉଭୟ ଫଟୋର ଏକ କୋଲାଜ୍ କରିଥିଲେ ଏବଂ କହିଥିଲେ ଯେ ରଶ୍ମିକାଙ୍କ ନୂଆ ଲୁକ୍ ମହେଶ ବାବୁଙ୍କ ଫିଲ୍ମରୁ କପି କରାଯାଇଛି । ବର୍ତ୍ତମାନ ଏହି ଫ୍ୟାନ୍ସଙ୍କ ପୋଷ୍ଟ ଉପରେ ରଶ୍ମିକା ନିଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି , ମୋତେ ଏହି କୋଲାଜ ଭଲ ଲାଗିଲା । ତେବେ ଏହି ଫଟୋଟି ଏକ୍ସର VardhanDHFMରେ ସେୟାର କରାଯାଇଛି ।

ତେବେ ଫିଲ୍ମ ‘ପୁଷ୍ପା: ଦି ରୁଲ୍‌’ ଅଗଷ୍ଟ ୧୫ ରେ ସାରା ବିଶ୍ୱରେ ସିଲ୍‌ଭର ସ୍କ୍ରିନ୍‌ରେ ମୁକ୍ତିଲାଭ କରିବ । ଆକ୍ସନ୍ ଡ୍ରାମା ‘ପୁଷ୍ପା: ଦି ରୁଲ୍‌’ରେ ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର । ଏହି ଫିଲ୍ମରେ ଫାହାଦ୍ ଫସିଲ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହ ଫିଲ୍ମର ସୁଟିଂ ଶେଷ ପର୍ଯ୍ୟାୟରେ ଚାଲିଛି । ‘ପୁଷ୍ପା ୨’ ବର୍ତ୍ତମାନ ବକ୍ସ ଅଫିସରେ କୋଟି କୋଟି ଟଙ୍କା ରୋଜଗାର କରିବାକୁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.