ଦୁନିଆର ସବୁଠାରୁ ଦାମୀ ଜୋତା, ଦାମ ଜାଣିଲେ ଉଡିଯିବ ହୋସ୍

ଜୋତାର ମୂଲ୍ୟ ସେମାନଙ୍କ ମ୍ୟାଟେରିଆଲ ଏବଂ କ୍ୱାଲିଟି ଅନୁଯାୟୀ ସ୍ଥିର କରାଯାଏ । କିନ୍ତୁ ଆପଣ ଜାଣନ୍ତି ଦୁନିଆର ସବୁଠାରୁ ମହଙ୍ଗା ଜୋତା କ’ଣ? ତେବେ ଆସନ୍ତୁ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ଜୋତା ବିଷୟରେ କହିବା ।

Moon Star ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଜୋତା । ଯାହାର ମୂଲ୍ୟ ପ୍ରାୟ ୧.୬୩ ବିଲିୟନ ଭାରତୀୟ ଟଙ୍କା । ମୁନ ଷ୍ଟାର ଜୋତା ଏହାର ମୂଲ୍ୟ ହେତୁ ଆଜି ପର୍ଯ୍ୟନ୍ତ ଏହା ଦୁନିଆର ସବୁଠାରୁ ମହଙ୍ଗା ଜୋତା ଭାବରେ ପରିଗଣିତ ହୁଏ । ଯେତେବେଳେ ଲୋକମାନେ ପ୍ରାୟତଃ ବାହାରକୁ ଯାଆନ୍ତି, ସେମାନେ ଜୋତା ପିନ୍ଧନ୍ତି । ବିଭିନ୍ନ ପ୍ରକାରର କାମ ପାଇଁ ବିଭିନ୍ନ ଜୋତା ଅଛି । ଯାହାର ମୂଲ୍ୟ ହଜାର ହଜାର ଟଙ୍କାରେ ରହିଥାଏ ।

ସେହି ଭଳି କିଛି ବ୍ରାଣ୍ଡେଡ୍ ଜୋତାର ଦାମ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଅଟେ । ବିବାହରେ ଡିଜାଇନର୍ ପୋଷାକ ସହିତ ପିନ୍ଧାଯାଇଥିବା ଜୋତା ଅଲଗା ହୋଇଥାଏ ଏବଂ ବହୁତ ଦାମୀ ମଧ୍ୟ ହୋଇଥାଏ । ସେହିଭଳି ସକାଳେ ଜଗିଂ କରିବା ପାଇଁ ଜୋତା ଅଲଗା । ଜୋତାର ମୂଲ୍ୟ ସେମାନଙ୍କ ମ୍ୟାଟେରିଆଲ ଏବଂ କ୍ୱାଲିଟି ଅନୁଯାୟୀ ସ୍ଥିର କରାଯାଏ । କିନ୍ତୁ ଆପଣ ଜାଣନ୍ତି ଦୁନିଆର ସବୁଠାରୁ ମହଙ୍ଗା ଜୋତା କ’ଣ? ତେବେ ଆସନ୍ତୁ ଆପଣଙ୍କୁ ଦୁନିଆର ସବୁଠୁ ଦାମୀ ଜୋତା ବିଷୟରେ କହିବା । ଏହା କେଉଁଠାରେ ଉପଲବ୍ଧ ଏବଂ ଏହାର ମୂଲ୍ୟ କେତେ?

ମୁନ ଷ୍ଟାର ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଜୋତା । ଯାହାର ମୂଲ୍ୟ ପ୍ରାୟ ୧୪୧ କୋଟି ଭାରତୀୟ ଟଙ୍କା । ଏହି ଜୋତା ଏହାର ମୂଲ୍ୟ ହେତୁ ଆଜି ପର୍ଯ୍ୟନ୍ତ ଏହା ଦୁନିଆର ସବୁଠାରୁ ମହଙ୍ଗା ଜୋତା । ତେବେ ଆପଣମାନେ ଭାବୁଥିବେ ଏହି ଜୋତାରେ ଏଭଳି କ’ଣ ଅଛି ଯେ ଏହାର ଦାମ ଏତେ ଅଧିକ । ତେବେ ଆପଣଙ୍କୁ କହି ରଖୁଛୁ ଏହି ଜୋତା ଖାଣ୍ଟି ସୁନାରେ ତିଆରି ହୋଇଥାଏ ।

ଏହାକୁ ତିଆରି କରିବା ପାଇଁ ୩୦ କ୍ୟାରେଟ୍ ହୀରା ମଧ୍ୟ ବ୍ୟବହୃତ ହୁଏ । ଏହା ସହିତ, ଏହାକୁ ତିଆରି କରିବାରେ ୧୫୭୬ ବର୍ଷର ଏକ ମେଟେରାଇଟ୍ ମଧ୍ୟ ବ୍ୟବହୃତ ହୋଇଛି । ଏହି ଜୋତା ପ୍ରଥମେ ୨୦୧୭ ରେ ତିଆରି କରାଯାଇଥିଲା । ଯାହା ଇଟାଲୀୟ ଡିଜାଇନର୍ ଆଣ୍ଟୋନିଓ ଭିଟ୍ରିଙ୍କ ଦ୍ୱାରା ନିର୍ମିତ । ସୂଚନାଯୋଗ୍ୟ ଏହି ଜୋତାର ଡେଲିଭରୀ ହେଲିକପ୍ଟର ଯୋଗେ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.