ରାଜ୍ୟ

ବୁଲାବିକାଳିଙ୍କ ଠାରୁ ତେଲ କିଣୁଥିଲେ ସାବଧାନ ! ନାମୀଦାମୀ ବ୍ରାଣ୍ଡର ଲେବଲ କରି ନକଲି ତେଲ ବିକ୍ରି ହେଉଛି

ରାଉରକେଲା(କେନ୍ୟୁଜ୍): ନାମୀଦାମୀ ବ୍ରାଣ୍ଡରେ ନକଲି ହେୟାର ଅଏଲ ପ୍ରସ୍ତୁତକାରୀ ଗିରଫ । ରାଉରକେଲାରେ ନାମୀଦାମୀ ବ୍ରାଣ୍ଡରେ ନକଲି ହେୟାର ଅଏଲ ପ୍ରସ୍ତୁତ କରି ବିକ୍ରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ । ଛତିଶଗଡର ରାୟପୁରରୁ କେମିକାଲ ଆଣି ନକଲି ନାମୀଦାମୀ ବ୍ରାଣ୍ଡର ତେଲ ପ୍ରସ୍ତୁତ କରୁଥିଲେ । କୋଲକାତାରୁ ନକଲି ଷ୍ଟିକର ଓ ଲେବଲ ଲଗାଇ ବୋତଲରେ ଭର୍ତ୍ତି କରି ବିକ୍ରୀ କରୁଥିଲେ ।

ବୁଲାବିକାଳିଙ୍କ ମାଧ୍ୟମରେ ଏହି ସବୁ ନକଲି ତେଲକୁ ବିକ୍ରି କରୁଥିଲେ । ୪ବର୍ଷ ତଳୁ କରୋନା ଲକଡାଉନ ସମୟରେ ମହମ୍ମଦ ଜାକିର ହୁସେନ ଓ ସୟିଦ ଅଖତର ଆନନ୍ଦ ଭବନ ଲେନ ନିକଟରେ ଆରମ୍ଭ କରିଥିଲେ ଏହି ନକଲି ବ୍ୟବସାୟ । ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଉଭୟଙ୍କ ଘରେ ଚଢ଼ାଉ କରିଥିଲା । ସେଠାରୁ ବହୁ ପରିମାଣର ନକଲି ତେଲ ପ୍ରସ୍ତୁତି କେମିକାଲ, ଲେବୁଲ, ଷ୍ଟିକର ଓ ମେସିନ ଜବତ କରିଛି ପୋଲିସ ।

 

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

23 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

32 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago