ବୁଲାବିକାଳିଙ୍କ ଠାରୁ ତେଲ କିଣୁଥିଲେ ସାବଧାନ ! ନାମୀଦାମୀ ବ୍ରାଣ୍ଡର ଲେବଲ କରି ନକଲି ତେଲ ବିକ୍ରି ହେଉଛି
ରାଉରକେଲାରେ ନାମୀଦାମୀ ବ୍ରାଣ୍ଡରେ ନକଲି ହେୟାର ଅଏଲ ପ୍ରସ୍ତୁତ କରି ବିକ୍ରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ଛତିଶଗଡର ରାୟପୁରରୁ କେମିକାଲ ଆଣି ନକଲି ନାମୀଦାମୀ ବ୍ରାଣ୍ଡର ତେଲ ପ୍ରସ୍ତୁତ କରୁଥିଲେ ।
ରାଉରକେଲା(କେନ୍ୟୁଜ୍): ନାମୀଦାମୀ ବ୍ରାଣ୍ଡରେ ନକଲି ହେୟାର ଅଏଲ ପ୍ରସ୍ତୁତକାରୀ ଗିରଫ । ରାଉରକେଲାରେ ନାମୀଦାମୀ ବ୍ରାଣ୍ଡରେ ନକଲି ହେୟାର ଅଏଲ ପ୍ରସ୍ତୁତ କରି ବିକ୍ରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କଲା ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ । ଛତିଶଗଡର ରାୟପୁରରୁ କେମିକାଲ ଆଣି ନକଲି ନାମୀଦାମୀ ବ୍ରାଣ୍ଡର ତେଲ ପ୍ରସ୍ତୁତ କରୁଥିଲେ । କୋଲକାତାରୁ ନକଲି ଷ୍ଟିକର ଓ ଲେବଲ ଲଗାଇ ବୋତଲରେ ଭର୍ତ୍ତି କରି ବିକ୍ରୀ କରୁଥିଲେ ।
ବୁଲାବିକାଳିଙ୍କ ମାଧ୍ୟମରେ ଏହି ସବୁ ନକଲି ତେଲକୁ ବିକ୍ରି କରୁଥିଲେ । ୪ବର୍ଷ ତଳୁ କରୋନା ଲକଡାଉନ ସମୟରେ ମହମ୍ମଦ ଜାକିର ହୁସେନ ଓ ସୟିଦ ଅଖତର ଆନନ୍ଦ ଭବନ ଲେନ ନିକଟରେ ଆରମ୍ଭ କରିଥିଲେ ଏହି ନକଲି ବ୍ୟବସାୟ । ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଉଭୟଙ୍କ ଘରେ ଚଢ଼ାଉ କରିଥିଲା । ସେଠାରୁ ବହୁ ପରିମାଣର ନକଲି ତେଲ ପ୍ରସ୍ତୁତି କେମିକାଲ, ଲେବୁଲ, ଷ୍ଟିକର ଓ ମେସିନ ଜବତ କରିଛି ପୋଲିସ ।