ଉଦ୍ଧବ ଠାକରେଙ୍କୁ ମହଙ୍ଗା ପଡିଲା ଇସ୍ତଫା, ଶିବସେନା ମାମଲାରେ ଏକନାଥ ସିନ୍ଦେଙ୍କୁ ଆଶ୍ୱସ୍ତି

ଉଦ୍ଧବ ଠାକରେଙ୍କୁ ମହଙ୍ଗା ପଡିଲା ଇସ୍ତଫା । ଶିବସେନା ମାମଲାରେ ଏକନାଥ ସିନ୍ଦେଙ୍କୁ ଆଶ୍ୱସ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ମହାରାଷ୍ଟ୍ରରେ ଉଦ୍ଧବ ସରକାରକୁ ଫେରାଇ ଆଣି ହେବ ନାହିଁ । କୋର୍ଟ କହିଛନ୍ତି, ଉଦ୍ଧବ ଠାକରେ ବିଧାନସଭାରେ ଆସ୍ଥା ଭୋଟ ସାମନା କଲେ ନାହିଁ । ଏହି କାରଣରୁ ଉଦ୍ଧବ ସରକାରକୁ ଫେରାଇ ଆଣି ହେବ ନାହିଁ ।

ମହାରାଷ୍ଟ୍ର ରାଜ୍ୟପାଳଙ୍କ ଆସ୍ଥା ଭୋଟ୍‌ ନିର୍ଦ୍ଦେଶ ବେଆଇନ୍‌ । ଏକନାଥ ସିନ୍ଦେ ଗୋଷ୍ଠୀର ନୂଆ ମୁଖ୍ୟ ସଚେତକଙ୍କ ନିଯୁକ୍ତି ବେଆଇନ୍‌ । ରାଜ୍ୟପାଳ ଓ ମହାରାଷ୍ଟ୍ର ବାଚସ୍ପତି ସଠିକ ନିଷ୍ପତ୍ତି ନେଇ ନାହାନ୍ତି । ରାଜନୈତିକ ଦଳର ଅନ୍ତଃକନ୍ଦଳ ଫ୍ଲୋର ଟେଷ୍ଟ ମାଧ୍ୟମରେ ସମାଧାନ କରାଯାଇ ପାରିବ ନାହିଁ । ଉଦ୍ଧବ ଠାକରେ ସରକାର ଆସ୍ଥା ଭୋଟ୍‌ ସାମନା କରି ନଥିବାରୁ ମହାରାଷ୍ଟ୍ରରେ ରହିବ ସିନ୍ଦେ ସରକାର । ଗତ ୯ ମାସ ଧରି ମାମଲାର ଶୁଣାଣି ଚାଲିଥିଲା ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.