ଦେବୀ ନଦୀରେ ବୁଡ଼ି ଜଣେ ମୃତ ଦୁଇ ଗୁରୁତର

ଦୁଇ ଉଦ୍ଧାର ହୋଇଥିବାବେଳେ ଜଣଙ୍କର ଜୀବନ ଯାଇଛି। ନଦୀକୁ ଶାନ୍ତନୁ ନାୟକ, ବିଶ୍ୱଜିତ ରାଉତ ଓ ଅଭିଜିତ ଦାସ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ତିନିଜଣ ଯାକ ଗଭୀର ନଦୀ ଭିତରକୁ ପଶି ଆଉ ବାହାରି ପାରି ନଥିଲେ।ଶାନ୍ତନୁ ଓ ବିଶ୍ୱଜିତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଅଭିଜିତଙ୍କୁ ବିଳମ୍ବରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ନାଉଗାଁ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳ ସ୍ଥିତ ଦେବୀ ନଦୀ ଘାଟରେ ଅଘଟଣ। ନଦୀରେ ଗାଧୋଇବା ବେଳେ ତିନି ସାଙ୍ଗ ବୁଡି ଯାଇଛନ୍ତି । ଦୁଇ ଉଦ୍ଧାର ହୋଇଥିବାବେଳେ ଜଣଙ୍କର ଜୀବନ ଯାଇଛି। ନଦୀକୁ ଶାନ୍ତନୁ ନାୟକ, ବିଶ୍ୱଜିତ ରାଉତ ଓ ଅଭିଜିତ ଦାସ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ତିନିଜଣ ଯାକ ଗଭୀର ନଦୀ ଭିତରକୁ ପଶି ଆଉ ବାହାରି ପାରି ନଥିଲେ।

ଶାନ୍ତନୁ ଓ ବିଶ୍ୱଜିତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିବା ବେଳେ ଅଭିଜିତଙ୍କୁ ବିଳମ୍ବରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇ ନାଉଗାଁ ଡାକ୍ତରଖାନା ଅଣାଯାଇଥିଲା।  ଡାକ୍ତର ସେଠାରେ ଅଭିଜିତଙ୍କୁ ମୃତ ଘୋଷାଣ କରିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।