Categories: ରାଜ୍ୟ

ବିଦ୍ୟୁତ ବିଲ୍‌ ନଦେଲେ ଅନ୍ଧାରରେ ରହିବେ, ବିଜୁଳି କାଟ ପାଇଁ ଚିହ୍ନଟ ହୋଇଛି ୧୧ ହଜାର ୩୯୭ଟି ଗାଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସେସୁର କଡ଼ା ଚେତାବନୀ । ଜାନୁଆରି ୧୫ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍‌ ପଇଠ ନକଲେ ବିଦ୍ୟୁତ କାଟ୍‌ । ବିଲ୍‌ ନ ଦେଲେ ଅନ୍ଧାରରେ ରହିବେ । ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେସୁର ସିଇଓ ଅରୁଣ ବୋଥ୍ରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏନେଇ ଲୋକମାନଙ୍କୁ ବାରମ୍ବାର ସଚେତନ କରାଯାଇଛି । ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଯାଇଛି । ଲୋକଙ୍କୁ ଲଗାତର ଭାବେ ଅନୁରୋଧ କରାଯାଇଛି ।

ତଥାପି ଆହୁରି ୬ ଲକ୍ଷ ଲୋକ ବକେୟ ବିଲ୍‌ ଦେଇ ନାହାନ୍ତି । ମାସକ ଭିତରେ ୧ ଲକ୍ଷ ୧୦ ହଜାର ଲୋକ ବକେୟ ବିଜୁଳି ଟଙ୍କା ଡିପୋଜିଟ କରି ସାରିଲେଣି । ଏଥିରୁ ସେସୁର ୨୧ କୋଟି ଟଙ୍କା ଅସୁଲ ହୋଇଛି । ବକେୟା ଭାବେ ଥିବା ମୋଟ ୧୯୭୧ କୋଟି ଟଙ୍କା ସେସୁ ପାଇବାକୁ ଅଛି ।

କିଏ କେତେ ଦେଲେ ରକ୍ଷା ପାଇବେ

ଯେଉଁମାନଙ୍କର ୨୫ ହଜାରରୁ କମ ଟଙ୍କା ବାକି ରହିଛି ସେମାନେ ୩୦ ପ୍ରତିଶତ ଅର୍ଥ ପଇଠ କରିବାକୁ ସେସୁ ସିଇଓ ଅନୁରୋଧ କରିଛନ୍ତି । ଏନେଇ ୫୯୬୫ ସଂସ୍ଥାକୁ ନୋଟିସ ହୋଇଛି । ସରକାରୀ ସଂସ୍ଥା ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କର ବକେୟା ପଇଠ କରିବେ ବୋଲି କହିଛନ୍ତି । ସରକାରୀ ସଂସ୍ଥା ଗୁଡିକ ଉପରେ ମୋଟ ୬୪ କୋଟି ୩୭ ଲକ୍ଷ ଟଙ୍କା ବାକି ଅଛି । ଏଥିପାଇଁ ୪୧୩ଟି ସ୍କ୍ଵାର୍ଡ ଗଠନ ହେବ । ୨୦ଟି ଡିଭିଜନ, ୬୫ଟି ସବଡିଭିଜନ, ୨୪୭ଟି ସେକ୍ସନ, ୧୪୩ଟି ରୁଟ୍‌,
ସେହିପରି ବିଦ୍ୟୁତ କାଟ ପାଇଁ ମୋଟ ୧୧ ହଜାର ୩୯୭ଟି ଗାଁ ଚିହ୍ନଟ ହୋଇଛି । ସେପଟେ ୫ଟି ଶିଳ୍ପ ସଂସ୍ଥା ବାକି ରଖିଛନ୍ତି ୯୬ କୋଟି ଟଙ୍କା । ସେଥିରୁ ନବଭାରତ କମ୍ପାନୀ ଉପରେ ୮୨ କୋଟି ଟଙ୍କା ବାକି ଅଛି । ୫ଟି ଯାକ ଶିଳ୍ପ ସଂସ୍ଥା ଏହାକୁ ନେଇ କୋର୍ଟରେ ମାମଲା ରୁଜୁ କରିଛନ୍ତି ।

KNews Bureau

Recent Posts

ହ୍ରିତିକ ରୋଶନଙ୍କ ଆପାର୍ଟମେଣ୍ଟରେ ଭଡାରେ ରହିବେ କି ବରୁଣ ! ହେବେ ଅକ୍ଷୟ କୁମାରଙ୍କ ପଡୋଶୀ

ବଲିଉଡ ଅଭିନେତା ବରୁଣ ଧୱନ ଆଜିକାଲି ପ୍ରଫେସନାଲ ଏବଂ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ନିକଟରେ…

34 seconds ago

ଗାନ୍ଧି ପରିବାରକୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ସୋନିଆ ଗାନ୍ଧିଙ୍କୁ କଲେ ଆଲିଙ୍ଗନ

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି । ଏହି…

4 mins ago

କୋରରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଦି ସି ଆଣ୍ଡ ସେଭେନ ଭିଲେଜସ’

ଭୁବନେଶ୍ୱର : ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ (ମିଫ୍ ) ପାଇଁ ମନୋନୀତ ହୋଇଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ…

10 mins ago

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବରେ ବୁଲୁଥିଲା ଜନ୍ତୁ, କିଏ କହୁଛି ବାଘ ତ କିଏ କହୁଛି ବିଲେଇ ?

ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ…

13 mins ago

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

46 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

1 hour ago