Below header

ବିଦ୍ୟୁତ ବିଲ୍‌ ନଦେଲେ ଅନ୍ଧାରରେ ରହିବେ, ବିଜୁଳି କାଟ ପାଇଁ ଚିହ୍ନଟ ହୋଇଛି ୧୧ ହଜାର ୩୯୭ଟି ଗାଁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସେସୁର କଡ଼ା ଚେତାବନୀ । ଜାନୁଆରି ୧୫ ସୁଦ୍ଧା ବକେୟା ବିଦ୍ୟୁତ ବିଲ୍‌ ପଇଠ ନକଲେ ବିଦ୍ୟୁତ କାଟ୍‌ । ବିଲ୍‌ ନ ଦେଲେ ଅନ୍ଧାରରେ ରହିବେ । ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ସେସୁର ସିଇଓ ଅରୁଣ ବୋଥ୍ରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏନେଇ ଲୋକମାନଙ୍କୁ ବାରମ୍ବାର ସଚେତନ କରାଯାଇଛି । ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗାଯାଇଛି । ଲୋକଙ୍କୁ ଲଗାତର ଭାବେ ଅନୁରୋଧ କରାଯାଇଛି ।

GFX-1

ତଥାପି ଆହୁରି ୬ ଲକ୍ଷ ଲୋକ ବକେୟ ବିଲ୍‌ ଦେଇ ନାହାନ୍ତି । ମାସକ ଭିତରେ ୧ ଲକ୍ଷ ୧୦ ହଜାର ଲୋକ ବକେୟ ବିଜୁଳି ଟଙ୍କା ଡିପୋଜିଟ କରି ସାରିଲେଣି । ଏଥିରୁ ସେସୁର ୨୧ କୋଟି ଟଙ୍କା ଅସୁଲ ହୋଇଛି । ବକେୟା ଭାବେ ଥିବା ମୋଟ ୧୯୭୧ କୋଟି ଟଙ୍କା ସେସୁ ପାଇବାକୁ ଅଛି ।

GFX-2

କିଏ କେତେ ଦେଲେ ରକ୍ଷା ପାଇବେ

ARUN BOTHRAଯେଉଁମାନଙ୍କର ୨୫ ହଜାରରୁ କମ ଟଙ୍କା ବାକି ରହିଛି ସେମାନେ ୩୦ ପ୍ରତିଶତ ଅର୍ଥ ପଇଠ କରିବାକୁ ସେସୁ ସିଇଓ ଅନୁରୋଧ କରିଛନ୍ତି । ଏନେଇ ୫୯୬୫ ସଂସ୍ଥାକୁ ନୋଟିସ ହୋଇଛି । ସରକାରୀ ସଂସ୍ଥା ମାର୍ଚ୍ଚ ୩୧ ସୁଦ୍ଧା ସେମାନଙ୍କର ବକେୟା ପଇଠ କରିବେ ବୋଲି କହିଛନ୍ତି । ସରକାରୀ ସଂସ୍ଥା ଗୁଡିକ ଉପରେ ମୋଟ ୬୪ କୋଟି ୩୭ ଲକ୍ଷ ଟଙ୍କା ବାକି ଅଛି । ଏଥିପାଇଁ ୪୧୩ଟି ସ୍କ୍ଵାର୍ଡ ଗଠନ ହେବ । ୨୦ଟି ଡିଭିଜନ, ୬୫ଟି ସବଡିଭିଜନ, ୨୪୭ଟି ସେକ୍ସନ, ୧୪୩ଟି ରୁଟ୍‌,
ସେହିପରି ବିଦ୍ୟୁତ କାଟ ପାଇଁ ମୋଟ ୧୧ ହଜାର ୩୯୭ଟି ଗାଁ ଚିହ୍ନଟ ହୋଇଛି । ସେପଟେ ୫ଟି ଶିଳ୍ପ ସଂସ୍ଥା ବାକି ରଖିଛନ୍ତି ୯୬ କୋଟି ଟଙ୍କା । ସେଥିରୁ ନବଭାରତ କମ୍ପାନୀ ଉପରେ ୮୨ କୋଟି ଟଙ୍କା ବାକି ଅଛି । ୫ଟି ଯାକ ଶିଳ୍ପ ସଂସ୍ଥା ଏହାକୁ ନେଇ କୋର୍ଟରେ ମାମଲା ରୁଜୁ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.