Below header

୧୫ଦିନ ଧାରଣା ପରେ ସରକାରୀ ସ୍ତରରେ ହେଲା ନାହିଁ ଆଲୋଚନା, ନବୀନ ନିବାସ ଯିବାବେଳେ ୬୦ରୁ ଅଧିକ ନବନିର୍ମାଣ କୃଷକ ଗିରଫ

କେନ୍ୟୁଜ୍(ବ୍ୟୁରୋ):୬୦ରୁ ଅଧିକ ନବନିର୍ମାଣ କୃଷକ ଗିରଫ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସମ୍ମୁଖରୁ ଗିରଫ କଲା ପୋଲିସ । ଗିରଫ ବେଳେ ପୋଲିସ ସହ କିଛି ସମୟ ଧସ୍ତାଧସ୍ତି ହୋଇଥିଲେ ବିକ୍ଷୋଭକାରୀ । ପୁରୁଣା ଦାବି ପ୍ରେଷ୍ଟିଜ ପ୍ରାଇସ ଓ ପେନସନ ଦାବି ସହ କାଳିଆ ଓ କିଷାନ୍‌ ଯୋଜନା ମିଶିବାକୁ ବିରୋଧ କରିଛି ସଙ୍ଗଠନ । ଏହାଦ୍ୱାରା ଚାଷୀଙ୍କୁ କମ୍‌ ଟଙ୍କା ମିଳୁଥିବା ଅଭିଯୋଗ କରିଛି ସଙ୍ଗଠନ । ଏହାକୁ ନେଇ ୧୫ଦିନ ଧାରଣାରେ ବସିବା ପରେ ସରକାରୀ ସ୍ତରରେ କୌଣସି ଆଲୋଚନା ନହେବାରୁ ଆଜି ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସୁଥିବା ବେଳେ ସମସ୍ତଙ୍କୁ ଗିରଫ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.