Below header

ରିଲିଜ୍‌ ହେଲା ‘ଜଓ୍ଵାନୀ ଜାନେମନ’ର ଟ୍ରେଲର, ନିଆରା ଅନ୍ଦାଜ୍‌ରେ ନଜର ଆସିଲେ ଆଲିୟା

ସୈଫ୍‌ ଅଲୀ ଖାନ୍‌, ତବ୍ଦୁ ଏବଂ ଆଲିୟାଙ୍କ ଅଭିନୀତ ଫିଲ୍ମ ‘ଜଓ୍ଵାନୀ ଜାନେମନ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମ ମାଧ୍ୟମରେ ଆକ୍ଟ୍ରେସ୍‌ ପୂଜା ବେଦୀଙ୍କ ଝିଅ ଆଲିୟା ଫର୍ଣ୍ଣିଚରଓ୍ଵାଲା ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ରିଲିଜ୍‌ ହୋଇଥିବା ଟ୍ରେଲରରେ ତିନି ଜଣ ଷ୍ଟାରଙ୍କର ଜବରଦସ୍ତ ଅନ୍ଦାଜ୍‌ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଫିଲ୍ମର ଟ୍ରେଲର ମଧ୍ୟ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି।

jawani (1)ଫିଲ୍ମରେ ସୈଫ୍‌ ଅଲୀ ଖାନ୍‌ ଙ୍କ ଫ୍ଲର୍ଟୀ ଅନ୍ଦାଜ୍‌ ଦେଖିବାକୁ ମିଳିଛି। ସୈଫ୍‌ ପାର୍ଟିରେ ଯିବା, ଝିଅମାନଙ୍କୁ ବୁଲାଇବା ଏବଂ ତାଙ୍କ ସହ ଫ୍ଲର୍ଟ କରିବା ଖୁବ୍‌ ପସନ୍ଦ। ସେହିଭଳି ଆଲିୟା ଫର୍ଣ୍ଣିଚରଓ୍ଵାଲାଙ୍କ ଆକ୍ଟିଂ ମଧ୍ୟ ଖୁବ୍‌ ବୋଲ୍ଡ ରହିଛି। ଆଲିୟା ଏହି ପିଲ୍ମରେ ସୈଫ ତାଙ୍କ ପିତା ବୋଲି ସେ ପ୍ରମାଣ କରିଛନ୍ତି। କିନ୍ତୁ ସୈଫଙ୍କୁ ୨୧ ବର୍ଷ ବୟସରୁ ଏହି କଥା ଅଜଣା ଥିଲା। ଏହି ସତ୍ୟ ଜାଣିବା ପରେ ସୈଫ୍‌ ଙ୍କୁ କୁବ୍‌ ଆଶ୍ଚର୍ଯ୍ୟ ଲାଗିଛି। ଅନ୍ୟପଟେ ଫିଲ୍ମରେ ତବ୍ଦୁ ଆଲିୟାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଆଲିଆଙ୍କ ପିତା ସୈଫ୍‌ ବୋଲି ତାଙ୍କୁ ମଧ୍ୟ ଏହି ସତ୍ୟ ଜଣାନଥିଲା। ସେହିଭଳି ଫିଲ୍ମରେ ଜବରଦସ୍ତ କମେଡି ସହ ଇମୋସନାଲ ସିନ୍‌ ମଧ୍ୟ ଦେଖିବାକୁ ମିଳିଛି।

jawaani_jaanemanରିପୋର୍ଟ ଅନୁଯାୟୀ ନିତିନ୍‌ କକ୍କଡଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଜଓ୍ଵାନୀ ଜାନେମନ’ ଚଳିତ ମାସ ୩୧ ଜାନୁଆରୀରେ ରିଲିଜ୍‌ ହେବ।

video courtesy: Pooja Entertainment

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.