କଟକ: ଷଣ୍ଢପୁର ୟୁପି ସ୍କୁଲରେ ମଧ୍ୟାହ୍ନ ଭୋଜନରେ ବାହାରିଲା ବୁଢୀଆଣି ପୋକ, ଭୋଜନ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ

କଟକ(କେନ୍ୟୁଜ୍):ମଧ୍ୟାହ୍ନ ଭୋଜନରେ ବୁଢୀଆଣି ପୋକ। ଫଳରେ ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ। କଟକ ୩ ନମ୍ବର ଷଣ୍ଢପୁର ୟୁପି ସ୍କୁଲରେ ଏହି ଅଘଟଣ ଘଟିଛି। ପାଖାପାଖି ୨୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସା ପାଇଁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ ହଠାତ୍‌ ପିଲାମାନେ ଅସୁସ୍ଥ ଅନୁଭବ କରିଥିଲେ। ସେମାନଙ୍କର ବାନ୍ତି ହେବା ସହ ପେଟ କାଟିଥିଲା। ତା ସହ ମୁଣ୍ଡ ବୁଲାଇଥିଲା। ଖାଦ୍ୟରେ ବୁଢିଆଣୀ ପୋକ ପଡିଥିବା ଦେଖିବାକୁ ମିଳିଛି। ଏବେ ପିଲାମାନଙ୍କର ସ୍ୱାସ୍ଥ୍ୟ ଆବସ୍ଥା ସ୍ଥିର ରହିଛି। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ ପହଞ୍ଚି ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।… ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଯାଇ ସେମାନଙ୍କର ସ୍ୱାସ୍ଥ୍ୟଅବସ୍ଥା ପଚାରି ବୁଝିଛନ୍ତି।…ତା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.